ଝିମିଟି ଖେଳ ରୁ ମହା ଭାରତ

ଜେ ବି ଏନ୍,୧୩/୦୧/୨୦୨୧(ଚୈତନ୍ୟ ସାହୁ)ଅନୁଗୋଳ ଜିଲ୍ଲା କିଶୋର ନଗର:ପାରିବାରିକ କଳହ ର କରୁଣ ପରିଣତି l ଗାଁ ଦାଣ୍ଡ ରେ ଏକ ଖୁଣ୍ଟ ରେ ବାନ୍ଧି ଯୁବକ କୁ ଜାଳି ଦେଲେ ପରିବାର ଲୋକେ l ଘଟଣା ଟି ଅନଗୁଳ ଜିଲ୍ଲା କିଶୋର ନଗର ବ୍ଲକ ହଣ୍ଡପା ଥାନା ବଇଣ୍ଡା ଫାଣ୍ଡି ନିକଟସ୍ତ କେନ୍ଦୁ ସାହି ରେ l ମଙ୍ଗଳ ବାର ସନ୍ଧ୍ୟା ରେ ପରିବାର ଲୋକେ ରାଜ କିଶୋର ପଧାନ( 25)ନାମକ ଯୁବକ ଙ୍କ ଦେହ ରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇ ଥିଲେ l ଘଟଣା ସ୍ଥଳ ରେ ରାଜ କିଶୋର ଙ୍କ ମୁର୍ତ୍ୟୁ ଘଟିଛି l ..ରାଜ କିଶୋର ସବୁ ଦିନ ମଦପାନ କରି ଘର କୁ ଆସି ଗଣ୍ଡ ଗୋଳ ସୃଷ୍ଟି କରେ l ଠିକ ସବୁଦିନ ଭଳି କାଲି ମଧ୍ୟ ସେମିତି ଘଟି ଥିଲା ପରିବାର ରେ l ଘର କୁ ଆସି ନିଜ ପରିବାର ଲୋକ ଙ୍କ ଉପରେ ଆରମ୍ଭ କରିଥିଲେ ଜୁଲୁମ l ଏମିତି କି ଘର ର ଅନେକ ଜିନିଷ ଭଙ୍ଗା ରୋଜା କରି ଥିଲା l କିନ୍ତୁ ରାଜ କିଶୋର ର ତାର ସମସ୍ତ ସୀମା ଟପି ଯିବା ଫଳରେ ଅସହ୍ୟ ହେବାରୁ ନିଜ ଭଉଣୀ ଶାନ୍ତନା ପ୍ରଧାନ l ଓ ତାଙ୍କ ମା ବାସନ୍ତୀ ପଧାନ l ତାଙ୍କୁ ଗାଁ ର ଦାଣ୍ଡ ଉପରେ ଏକ ଶାବଳ ପୋତି ରାଜ କିଶୋର କୁ ବାନ୍ଧିବା ପରେ ତାର ଦେହ ରେ ପେଟ୍ରୋଲ ଲଗାଇ ଦେଇ ଥିଲେ l ଗ୍ରାମ ରାସ୍ତା ରେ ଘଟଣା ଏଭଳି ଘଟଣା ପରେ ଗ୍ରାମ ରେ ଆତଙ୍କ ଖେଳି ଯାଇଥିଲା l ଏହି ଖବର ପ୍ରଚାରିତ ହେବା ପରେ ପୋଲିସ ଗୁରୁତର ଅବସ୍ଥା ରେ ତାଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ରେ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇ ଥିଲା l ସେଠାରେ ଡାକ୍ତର ତାଙ୍କୁ ମୁର୍ତ୍ୟୁ ଘୋଷଣା କରିଥିଲେ l ତାଙ୍କ ଶରୀର 80 ପ୍ରତିଶତ ପୋଡି ଯାଇଥିବା ପୋଲିସ କହିଛି l ଏ ନେଇ ହଣ୍ଡପା ପୋଲିସ ଏକ ମାମଲା ରୁଜୁ କରି ଭଉଣୀ ଶାନ୍ତନା ପଧାନ l ମା ବାସନ୍ତୀ ପଧାନ ଓ ବଡ଼ ଭାଇ ସୁବାସ ପଧାନ ଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି l




