
ସମ୍ବାଦପତ୍ର ଓ ଦ୍ବିଟରରେ ସ୍ବାସ୍ଥ୍ୟ ବିଭାଗ ନାମରେ ପ୍ରକାଶିତ ତଥ୍ୟର ସୃଷ୍ଟିକରଣ
(ଜେ ବି ଏନ /ସୁଶାନ୍ତ କୁମାର) ୧୪/୦୧/୨୦୨୧ ଅନୁଗୋଳ : ବିଗତ କିଛି ଦିନ ତଳେ ବିଭିନ୍ନ ସମ୍ବାଦପତ୍ର ଓ ଟ୍ୟୁଟରରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ନାମରେ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟରେ ୨୮ ମାସ ହେଲା ହେଉନି ଅସ୍ତ୍ରୋପଚାର , କର୍କଟରେ ଛଟପଟ ସୁଶିଲ , କେବେ ଖୋଲିବ ପଦ୍ଧିନୀ ଗୋଡରୁ ବେଡି ଓ ଛୁଟିଦିନରେ ପରୀକ୍ଷାଗାର ବନ୍ଦ ଶୀର୍ଷକ ପ୍ରକାଶିତ ସମ୍ବାଦପତ୍ର ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ସୃଷ୍ଟିକରଣ ଦେଇଛନ୍ତି । ଏହି ସୃଷ୍ଟିକରଣ ଅନୁଯାୟୀ ବିଗତ ୧ବର୍ଷ ମଧ୍ୟରେ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟରେ ୬୦ଟି ବିଟିଏଲ୍ ଓ ୨ଟି ଏଲଏସସିଏସ୍ ଅସ୍ତ୍ରୋପଚାର କରାଯାଇଛି । ଅସ୍ତ୍ରୋପଚାର କକ୍ଷ ସମସ୍ତ ପ୍ରକାର ଛୋଟ ଓ ସାଧାରଣ ଅସ୍ତ୍ରୋପଚାର ପାଇଁ ୨୪ଘଣ୍ଟିଆ ପ୍ରସ୍ତୁତ ହୋଇ ରହିଛି । କକ୍ଷରେ ୩ଲକ୍ଷଟଙ୍କା ବ୍ୟୟରେ ଉତ୍ତମମାନର ସ୍ବତନ୍ତ୍ର ଅସ୍ତ୍ରୋପଚାର ଟେବୁଲ ରଖାଯାଇଛି । ସେହିପରି ୬୦ହଜାର ଟଙ୍କାରେ ପ୍ରସବ ଟେବୁଲ , ସ୍ବତନ୍ତ୍ର ନିଶ୍ଚତକ ବୈଷୟିକ ଉପକରଣ ଓ ପାରା ମନିଟର ୪ଲକ୍ଷ ଟଙ୍କା ରେ ଲଗାଯାଇ ଏହାର ମାନରେ ଉନ୍ନତି ଅଣାଯାଇଛି । ସୁପରିଟେଣ୍ଡେଣ୍ଟଙ୍କ ତତ୍ତ୍ୱବଧାନରେ ନିୟମିତ ଭାବେ ରୋଗ ନିଦାନ ପରୀକ୍ଷା ଉପଖଣ୍ଡ ଚିକିତ୍ସାଳୟରେ କରାଯାଉଛି । ଏଠାରେ ୨୫ ପ୍ରକାରର ନିଦାନ ପରୀକ୍ଷା କରାଯାଉଛି । ୩୮ଜଣ ଅନ୍ତେବାସୀ ରୋଗୀଙ୍କ ନିମନ୍ତେ ରନ୍ଧାଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । କିନ୍ତୁ କରୋନା ପାଇଁ ଏହା ଆରମ୍ଭ ହୋଇନାହିଁ , ଠିକାଦାରଙ୍କୁ ତୁରନ୍ତ ଖାଦ୍ୟ ଯୋଗାଇ ଦେବା ନିମନ୍ତେ ଜଣାଇ ଦିଆଯାଇଛି । ଉପଖଣ୍ଡ ଚିକିତ୍ସାଳୟରେ ଗୁରୁତ୍ବପୂର୍ଣ୍ଣ ଅସ୍ତ୍ରୋପଚାର ନିମନ୍ତେ ଆବଶ୍ୟକ ସମୟରେ ନିଶ୍ଚିତକ ବିଶେଷଜ୍ଞଙ୍କୁ ପଠାଯାଉଛି । ନୂଆଭୂଇଁର ସୁଶିଲ କୁମାର ପ୍ରଧାନ ସିଏଚସି କିଶୋରନଗରରେ ଚିକିତ୍ସିତ ହେଉଥିଲେ , ତାଙ୍କୁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଉଚ୍ଚତର ଚିକିତ୍ସା ନିମନ୍ତେ ପଠାଯାଇଛି । ରେଙ୍ଗାଲିର ବିରଞ୍ଚି ବେହେରାଙ୍କ ଝିଅ ପଦ୍ମାନି ବହେରାଙ୍କୁ ଗତ ୫ ମାସ ହେଲା ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବନ୍ତଳା ସିଏଚସି ର ଲାବୋରେଟୋରୀରେ ସରକାରୀ ଛୁଟା ଦିନଗୁଡିକରେ କେବଳ ଜରୁରୀ ରୋଗ ନିଦାନ ପରୀକ୍ଷା ( ପାଥୋଲୋଜିକାଲ ଟେଷ୍ଟ ) ଗୁଡିକ କରାଯାଉଛି ବୋଲି ସ୍ପଷ୍ଟିକରଣରେ ଦର୍ଶାଯାଇଛି ।



