
ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କର ପରୀକ୍ଷା ଫି ଛାଡ ନେଇ ବିଜୁ ଛାତ୍ର ଜନତା ଦଳ ତରଫରୁ ଧନ୍ୟବାଦ ଜ୍ଞାପନ
(ଜେ ବି ଏନ /ସୁଶାନ୍ତ ଗଡ଼ନାୟକ) ୧୫/୦୧ /୨୦୨୧ ସୁନ୍ଦରଗଡ଼ /ରାଉରକେଲା : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କୋରନା ମହାମାରୀ ସମୟରେ ଚଳିତ ବର୍ଷ ଓଡିଶା ର ଜନସଧାରଣ ଙ୍କର ଆର୍ଥିକ ଅବସ୍ଥା ଖରାପ ଥିବାରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କର ପରୀକ୍ଷା ଫି, ଛାଡ କରିଥିବା ନିମନ୍ତେ ରାଉରକେଲା ସାଙ୍ଗଠନିକ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ତରଫରୁ ଧନ୍ୟବାଦ ଜ୍ଞାପନ କରଯାଇଥିଲା ।ଏହି କାର୍ଯ୍ୟକ୍ରମ ଛେଣ୍ଡ ସ୍ଥିତ ବିଜୁ ପଟ୍ଟନାୟକ ଛକ ନିକଟରେ ଆୟୋଜନ କରାଯଇଥିଲ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ରାଣାପ୍ରତାପ ସିଂ, ଜିଲ୍ଲା ସାଧାରଣ ସମ୍ପାଦକ ସଂଗ୍ରାମ ନାୟକ, ଜିଲ୍ଲା ଉପସଭାପତି ପୂର୍ଣଚନ୍ଦ୍ର ମହାନ୍ତି, ଜିଲ୍ଲା ସମ୍ପାଦକ ସାଗର ଆଚାର୍ଯ୍ୟ, ଜିଲ୍ଲା ଉପସଭାପତି ରାଜଲକ୍ଷ୍ମୀ ଦାସ,ଜିଲ୍ଲା ସମ୍ପାଦକ ପଲ୍ଲବୀ ସାହୁ, ଜିଲ୍ଲା ଉପସଭାପତି ଆଶିଷ ରଞ୍ଜନ ମାଳି, ସାମାଜିକ ଗଣମାଧ୍ୟମ ସଂଯୋଜକ ତାପସ ଘୋସାଲ,ଜିଲ୍ଲା ସମ୍ପାଦକ ବିରଞ୍ଚି ସାମଲ, ଜିଲ୍ଲା ସମ୍ପାଦକ ବିକନ ବଳ, ସାଧାରଣ ସମ୍ପାଦକ ଅଜୟ ପଣ୍ଡା, ଆଶୁତୋଷ ଦାସ, ଆଶୁତୋଷ ଜେନା, ପିଣ୍ଟୁ, ସୁବ୍ରତ, ଅଭିଷେକ, ସୋନାଲି, ମମତା ଆଦି ଛାତ୍ର ବିଜେଡି ର ସଦସ୍ୟ ଉପସ୍ଥିତ ଥିଲେ l



