
ଅନୁଗୋଳ ଜିଲ୍ଲାରୁ ୧୫ ଜଣ କରୋନା ପଜିଟିଭ ଚିହ୍ନଟ
ସୁସ୍ଥ ହେଲେ ୨୦ ଜଣ ଆକ୍ରାନ୍ତ
(ଜେ. ବି. ଏନ୍/ସୁଶିଲ କୁମାର ) ୧୬/୦୧ /୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲାରେ ୧୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୨୨୮ ରେ ପହଞ୍ଚିଛି । ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥୁବା ଆକ୍ରାନ୍ତ ମାନଙ୍କ ମଧ୍ୟରେ କଣିହାଁ ବ୍ଳକ ଅଞ୍ଚଳରୁ ୮ଜଣ ( ୪ଜଣ ପୁରୁଷ ଓ ୪ଜଣ ମହିଳା ) , ବଅଁରପାଳ ବ୍ଳକ ଅଞ୍ଚଳରୁ ୩ଜଣ ( ୨ଜଣ ପୁରୁଷ ଓ ୧ଜଣ ମହିଳା ) , ଛେଣ୍ଡିପଦା ବ୍ଳକ ଅଞ୍ଚଳରୁ ୨ଜଣ ( ୨ଜଣ ପୁରୁଷ ) , କିଶୋରନଗର ବ୍ଳକ୍ ଅଞ୍ଚଳରୁ ୧ଜଣ ( ୧ଜଣ ପୁରୁଷ ) ଓ ଅନୁଗୋଳ ପୌରାଞ୍ଚଳରୁ ୧ଜଣ ( ୧ଜଣ ପୁରୁଷ ) ଅଛନ୍ତି | ଆଜି ତାଳଚେର ବ୍ଳକ , ତାଳଚେର ପୌରାଞ୍ଚଳ , ପାଳଲହଡା ବ୍ଳକ , ଆଠମଲ୍ଲିକ ବ୍ଲକ , ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ଓ ଅନୁଗୋଳ ବ୍ଲକ ପ୍ରଭୃତି ୬ଟି ଅଞ୍ଚଳରୁ କୌଣସି ପଜିଟିଭ ଚିହ୍ନଟ ହୋଇନାହାନ୍ତି । ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କ ନିଜ ଘରେ ଆଇସୋଲେସନ୍ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଆଜି ଅନୁଗୋଳ ଜିଲ୍ଲାରୁ ସୁସ୍ଥ ହୋଇଥିବା ୨୦ଜଣ ଯାକ ହୋମ ଆଇସୋଲେସନ୍ ରେ ଥିବାର ଜଣାପଡିଛି ।



