କୋଭିଡ଼ ଟୀକା କରଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ଜ଼ିଲ୍ଲାପାଳ

ଜେ ବି ଏନ, ୧୬/୦୧ /୨୦୨୧, (ରିପୋର୍ଟ, ବ୍ୟୁରୋ JRP), ଜଗତସିଂହପୁର : ବହୁ ପ୍ରତିକ୍ଷୀତ କୋଭିଡ଼ ଟୀକା କରଣ କାର୍ଯ୍ୟ କୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କଲା ପରେ ଜଗତସିଂହପୁର ଜ଼ିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜ଼ିଲ୍ଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ରେ ଏହି ଟୀକା କରଣ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ
ଭାବେ ଶୁଭାରମ୍ଭ କରିଛନ୍ତି ! ପ୍ରଥମ ପର୍ଯାୟ ଟୀକା କରଣ କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ସିକୁରିଟି, ଆମ୍ବୁଲାନ୍ସ କର୍ମଚାରୀ, ଡ୍ରାଇଭର, ହେଲ୍ପର ପ୍ରମୁଖ କୁ କୋଭିଡ଼ ଟୀକା ପ୍ରଦାନ କରାଯାଇଥିଲା !




