ଆମ ରାସ୍ତା ଛାଡ଼ିବୁ ନାହିଁ, l ପ୍ରସ୍ତାବିତ ବିକଳ୍ପ ରାସ୍ତା ଜମି ରେ ଜଗି ବସିଛନ୍ତି ମହିଳା ଓ ଗ୍ରାମବାସୀ

ଜେ ବି ଏନ, ୧୭/୦୧ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ମହାପାତ୍ର), ଢେଙ୍କାନାଳ : କମ୍ପାନୀ ଆସିଲା, ଜମିବାଡ଼ି ଅଧିଗ୍ରହଣ କଲା l ପାଚେରୀ କଲା, ମେସିନ ବସାଇଲା l ପ୍ରଶାସନ କୁ ହାତ କରି ତା କାମ କଲା, ଆଗକୁ ବଢିଲା l ପ୍ରତିଶୃତି ଦେଲା, ଲୋକଙ୍କୁ ନିଯୁକ୍ତି ଦେବୀ, ପାରିପାର୍ଶ୍ଵିକ ଉନ୍ନତି କରିବି l ଲୋକଙ୍କ ସୁବିଧା କରିବି, ସହମତିରେ କାମ କରିବି l ପ୍ରତିଶୃତି ପାଳନ କଲା ନାହିଁ, ଲୋକଙ୍କୁ ନ ପଚାରି ମନଇଚ୍ଛା କରି ଚାଲିଲା l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରେ ଗଢ଼ି

ଉଠିଥିବା S. R.ରୁଙ୍ଗଟା ର ମନମୁଖୀ କାର୍ଯ୍ୟ ର ବିରୋଧ କରି ପ୍ରତିବାଦ କରୁଛନ୍ତି ତର୍କlବେଡା ଗ୍ରାମବାସୀ l ଗ୍ରାମର ଷୋହଳ ଗୋଟି S. H. G ମହିଳାଦଳ ଓ ଗ୍ରାମବାସୀ କମ୍ପାନୀ କରୁଥିବା ବିକଳ୍ପ ରାସ୍ତା ନିର୍ମାଣ ର ପ୍ରତିବାଦ ରେ ପ୍ରସ୍ତାବିତ ଜମି ଉପରେ ଜଗି ରହିଛନ୍ତି l ଚାରି ତାରିଖ ରୁ ଆଜକୁ ତେର ଦିନ ଖରା ଶୀତ ରେ ଜମି ଉପରେ ବସି ବିରୋଧ କରୁଛନ୍ତି l ଦୁଃର୍ଭାଗ୍ୟ ଯେ ଭୋଟ ବେଳକୁ ଆସି ହାତ ଯୋଡି ମୁଣ୍ଡ ନୁଆଇଁ ଚିକ୍କଣ କଥା କହୁଥିବା ରାଜନୈତିକ ଦଳ ପ୍ରତିନିଧି ଙ୍କ ଦେଖାନାହିଁ l ପ୍ରଶାସନ କୁ ଗୁହାରି କରିଥିଲେମଧ୍ୟ ପ୍ରଶାସନର ଅଧିକାରୀ ବି ଦେଖାନାହିଁ କିମ୍ବା କମ୍ପାନୀ କର୍ତ୍ତୃପକ୍ଷ l ଗ୍ରାମବାସୀ ଏକା ଲଢେଇ କରୁଛନ୍ତି ଓ କରିଚାଲିବେ ମଧ୍ୟ୍ୟ ନାୟ ପାଇଁ l ଭବିଷ୍ୟତ ରେ ଜିଲ୍ଲାପାଳ କିମ୍ବା ଉପଜିଲ୍ଲାପାଳ ଙ୍କ ଅଫିସ ଆଗରେ ଧାରଣା ଦେବେ l



