ଚାଷ ଜମି ଉପରେ ଗ୍ୟାସ ପାଇପ ଲାଇନ ବିଛାଇବାକୁ ଗ୍ରାମବାସୀଙ୍କ ବିରୋଧ,ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ।


ଜେ ବି ଏନ୍,୧୭/୦୧/୨୦୨୧(ରିପୋର୍ଟ ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଗେଲ ଇଣ୍ଡିଆ ଲିମିଟେଡ ଦ୍ବାରା ଗ୍ୟାସ ପାଇପ ଲାଇନ ନିମନ୍ତେ ପାଇପ ବିଛା କାର୍ଯ୍ୟ ଚାଲୁରହିଛି ।ଏହି ପାଇପ ଲାଇନ ଛେଣ୍ଡିପଦା ବ୍ଲକର ବିଭିନ୍ନ ଗ୍ରାମ ଦେଇ ଯାଉଥିବାରୁ ଚାଷି ମାନଙ୍କର ବ୍ୟାପକ ଚାଷ ଜମି କ୍ଷତିଗ୍ରସ୍ତ ହେଉଛି । କ୍ଷତି ଗ୍ରସ୍ତ ଚାଷି ଓ ଗ୍ରାମବାସୀ କମ୍ପାନୀ ମନମୁଖି କାର୍ଯ୍ୟକୁ ବିରୋଧରେ ଜିଲା ପ୍ରଶାସନ ଏବଂ ସ୍ଥାନୀୟ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଇନଥିଲା ବେଳେ କମ୍ପାନୀ କତୃପକ୍ଷଯୋର ଜବରଦସ୍ତ ଚାଷ ଜମିରେ ପାଇପ ଲାଇନ ବିଛାଉଥିବା ନେଇ ଗ୍ରାମବାସୀ ଏହାକୁ ବିରୋଧ ମଧ୍ୟ କରିଥିଲେ । ଏ ନେଇ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ।ଗେଲ ଇଣ୍ଡିଆ ଓ ପ୍ରଶାସନର ମନମୁଖି କାର୍ଯ୍ୟକୁ ବିରୋଧକରି ଗ୍ରାମର ଶତାଧିକ ଚାଷୀ ଓ ଗ୍ରାମବାସୀ ଆଜି ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟକୁ ବନ୍ଦ କରିବା ସହିତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ମଧ୍ୟ ବସିଥିଲେ । ସେପଟେ ଧାରଣା ସ୍ଥଳକୁ ପ୍ରଶାସନ ନ ଆସିବା ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା।




