ବରଗଡ଼ ପୋୖରାଞ୍ଚଳରେ ହୋଲଡିଂ ଟ୍ୟାକ୍ସ ର ଅହେତୁକ ବୃଦ୍ଧି କୁ ଆମ୍ ଆଦମୀ ପାର୍ଟି ର ଵିରୋଧ

ଜେ. ବି. ଏନ୍ (୧୯/୦୧ /୨୦୨୧)
ବରଗଡ଼ :ବରଗଡ଼ ଜିଲ୍ଲା ଆନୁଆଲ ଭ୍ୟାଲୁ ର ଅସ୍ସେମେଣ୍ଟ ଅହେତୁକ ଭାବେ ବୃଦ୍ଧି ହୋଇଥିବାରୁ ଏହା ଗତ ଥର ଅପେକ୍ଷା ପ୍ରାୟତଃ ୪ ଗୁଣା ବଢିଥିବା ବେଳେ ପୋୖର ପ୍ରଶାସନ ଏହାକୁ ଵିଚାରକୁ ନନେଇ ଲୋକମାନଙ୍କ ଉପରେ ଅଧିକ ଟ୍ୟାକ୍ସ ବୋଝ ଲଦି ଦେଇଛି ଏହାକୁ ଆମ୍ ଆଦମୀ ପାର୍ଟି ଵିରୋଧ କରୁଛି । ପୋୖର ଆଇନ ଅନୁଯାୟୀ ସହରାଞ୍ଚଳର କରଦାତାଙ୍କ ଆର୍ଥିକ ଅନାଟନ କୁ ଦୃଷ୍ଟିରେ ନରଖି ଏଭଳି ନିଷ୍ପତି ନେବା ଏକ ନିନ୍ଦନୀୟ ପଦକ୍ଷେପ ଅଟେ । ହୋଲଡିଂ ଟିକସ, ରାସ୍ତା ଆଲୋକ ଟିକସ, ଜଳକର ହଉ କି ଲ୍ୟାଟ୍ରିନ ଟିକସ ଏସବୁ ସେବାକର ର ଅନ୍ତର୍ଭୁକ୍ତ ଅଟେ । କିନ୍ତୁ ଆମ୍ଭ ସହରର ଅନେକ ଅଂଚଳରେ ସଫେଇ ହେଉନଥିବା ବେଳେ ହୋଲଡିଂ ଟିକସ ଆଦାୟ କରାଯାଉଛି। ସେହିପରି ଅନେକ ସ୍ଥାନରେ ପାନୀୟ ଜଳଯୋଗାଣ ନଥାଇ ମଧ୍ୟ ଜଳକର ଆଦାୟ ହେଉଛି। ସେହିପରି ସହରରେ ଉଠା ପାଇଖାନା ନଥାଇ ମଧ୍ୟ ଟିକସ ଆଦାୟ କରାଯାଉଛି। ତେଣୁ ଅହେତୁକ ହୋଲଡିଂ ଟିକସ ବୃଦ୍ଧି କୁ ଆପ୍ ଆବାହକ ଭବାନୀ ସାହୁ ଵିରୋଧ କରିଛନ୍ତି। ତୁରନ୍ତ ଏକ ନାଗରିକ କମିଟି କୁ ଡକାଯାଇ ହୋଲଡିଂ ଟିକସ ବିଷୟ ରେ ଆଲୋଚନା କରି ଦେୟ ନିର୍ଦ୍ଧାରିତ କରିବାକୁ ଆପ୍ ଦାବି କରିଛି।



