
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗ୍ରସ୍ତ ପାଇଁ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ପ୍ରସ୍ତୁତ
(ଜେ ବି ଏନ /ସୁଶାନ୍ତ ଗଡ଼ନାୟକ) ୧୯/୦୧ /୨୦୨୧ ସୁନ୍ଦରଗଡ଼ /ରାଉରକେଲା : ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ଓ ଆଗାମୀ ଦିନରେ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ କିପରି ୱାର୍ଡ ସ୍ତରରେ ସୁଦୃଢ ହେବ ରାଜ୍ୟ ସାଙ୍ଗଠନିକ ସାଧାରଣ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଙ୍କ ସହ ଜିଲ୍ଲା ସଭାପତି ତଥା ବିଧାୟକ ଶ୍ରୀ ସାରଦା ପ୍ରସାଦ ନାୟକଙ୍କ ଉପସ୍ଥିତ ରେ ଆଲୋଚନା କରିଛନ୍ତି । ବିଜୁ ଛାତ୍ର ଜନତା ଦଳ ର ରାଜ୍ୟ ଯୁଗ୍ମ ସମ୍ପାଦକ ହିମାଂଶୁ ପଣ୍ଡା, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସୁନ୍ଦରଗଡ଼ ଜିଲ୍ଲା ଫେବୃଆରୀ ମାସରେ ଗ୍ରସ୍ତ ନିମନ୍ତେ ଜିଲ୍ଲା ବିଜୁ ଜନତା ଦଳ ର ପରିଚାଳନା କମିଟି ର ଅଧକ୍ଷ ବିଧାୟକ ସାରଦା ପ୍ରସାଦ ନାୟକ ଏବଂ ସଂଯୋଜକ ରୂପରେ କୁନ ଦାସ ଙ୍କୁ ଚୟନ କରିଥିବାରୁ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଶୁଭେଚ୍ଛା ଜଣାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସାଙ୍ଗଠନିକ ସାଧାରଣ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ପ୍ରୀତିରଞ୍ଜନ ଘଡେଇଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି lଆଗାମୀ ଦିନଗୁଡିକରେ ସାରଦା ଭାଇଙ୍କ ହାତମୁଠାକୁ ଟାଣ କରିବା ସହ ସୁନ୍ଦରଗଡ଼ ଜିଲ୍ଲା ରେ ବିଜୁ ଜନତା ଦଳ କୁ ଆହୁରି ଶକ୍ତିଶାଳୀ କରିବାରେ ଜନତାଙ୍କ ନିକଟତର ହେବୁ, ଲୋକଙ୍କ ପାଖକୁ ଯିବୁ, ମୁଖ୍ୟମନ୍ତ୍ରୀ ଙ୍କ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବୁ ବୋଲି ସୂଚନା ଦେଇଛନ୍ତି ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସାମାଜିକ ଗଣମାଧ୍ୟମ ସଂଯୋଜକ ତାପସ ଘୋସାଲ l



