ଗଞ୍ଜାମ ଜିଲ୍ଲା ଲାଇଟ୍ ଆଣ୍ଡ ସାଉଣ୍ଡ ମାଲିକ ସଂଘର ସଭାପତି ଭାବେ ନିର୍ବାଚିତ ହେଲେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା

ଜେ ବି ଏନ, ବ୍ରହ୍ମପୁର ( ଟୁକୁନା ପ୍ରଧାନ, ୨୨.୦୧.୨୦୨୧)-: ଆଜି ଗଞ୍ଜାମ ଜିଲ୍ଲା ଲାଇଟ୍ ଏଣ୍ଡ ସାଉଣ୍ଡ ମାଲିକ ସଂଘର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବ୍ରହ୍ମପୁର ନିକଟସ୍ଥ ମାଁ ଘାଟିକାଳୁଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୬୦ ରୁ ଅଧିକ ମାଲିକ ଯୋଗଦେଇ ସେମାନଙ୍କର ନୂତନ କର୍ମକର୍ତ୍ତା ଚୟନ କରିଥିଲେ । ଏଥିରେ ସଭାପତି ଭାବେ ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରସ ଦଳର ସଭାପତି ରମେଶ ଚନ୍ଦ୍ର ଜେନାଙ୍କୁ ଚୟନ କରିଛନ୍ତି । ସଂପାଦକ ଭାବେ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ, ଉପ-ସଭାପତି ଧ୍ରୁବ ଚରଣ ନାୟକ, ସହ- ସଂପାଦକ ନିଳ ମାଧବ ପଟ୍ଟନାୟକଙ୍କ ସହ କୋଷାଦକ୍ଷ ଗିରିଜା ଶଙ୍କର ଦାସ, ସଂଘର ଉପଦେଷ୍ଟା ରୂପେ ଶ୍ୟାମ ପ୍ରସାଦ ପାଢୀ ନିର୍ବାଚିତ ହୋଇଛନ୍ତି ।ଶେଷରେ ଶ୍ରୀ ଜେନାଙ୍କୁ ସଂଘ ପକ୍ଷରୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।



