ଇଭ୍ଲାନ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

ଜେ ବି ଏନ, ୨୨.୦୧.୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଅନୁଗୋଳ : ଅନୁଗୋଳ ବ୍ଲକ ଅଙ୍ଗାରବନ୍ଧ ପଞ୍ଚାୟତ ବାରସିଂହା ଠାରେ ଇଭ୍ଲାନ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି। ବାରସିଂହା ଗ୍ରାମର ରସ୍ମନ ପାତ୍ରଙ୍କ ପ୍ରଚେଷ୍ଟାରେ ଏହି ଛୋଟ ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି। ଅନୁଗୋଳର ବିଶିଷ୍ଟ ସମାଜସେବୀ ପର୍ଶୁରାମ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପ୍ରକଳ୍ପଟିକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଅଙ୍ଗାରବନ୍ଧ ପଞ୍ଚାୟତର ସରପଞ୍ଚ ବସନ୍ତ ମହାଳିକ, କାଙ୍ଗୁଲା – ବେନ୍ତପୁର ପଞ୍ଚାୟତର ସରପଞ୍ଚ ପ୍ରକାଶ ଭୋଇ, ସମିତି ସଭ୍ୟ ଦିବ୍ୟ ନାଏକ ପ୍ରମୂଖ ଉପସ୍ଥିତ ଥିଲେ। ବ୍ରାହ୍ମଣଙ୍କ ଦ୍ଵାରା ରୀତିନୀତି ଅନୁସାରେ ଗୃହ ପୂଜା ହୋଇଥିଲା। ଏଠାରେ ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା, ଯାତ୍ରା, ଉତ୍ସବ ପାଇଁ ଅର୍ଡର ରଖାଯିବା ସହ ଗାଁ ଗହଳିର ଲୋକମାନେ ଚାହିଁଲେ ଏଠାରୁ ସୁଲଭ ଦରରେ ଥଣ୍ଡା ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ମାଲିକ ରସ୍ମନ ପାତ୍ର ସୂଚନା ଦେଇଛନ୍ତି। ଏଠାରେ ଲୋକଙ୍କ ପାଇଁ ପରିଷ୍କାର, ପରିଚ୍ଛନ୍ନ ଏବଂ ଥଣ୍ଡା ପାନୀୟ ଜଳ ସଦା ସର୍ବଦା ଯୋଗାଇ ଦିଆଯିବ ବୋଲି ରସ୍ମନ କହିଛନ୍ତି। କିପରି ଗ୍ରାହକ ମାନେ ପାଣି ପାଇଁ ସନ୍ତୁଷ୍ଟ ହେବେ ଓ ଉଚିତ ମୁଲ୍ୟରେ ପାଇ ପାରିବେ ସେଥିପ୍ରତି ଗୁରୁତ୍ୱ ଦେବେ ବୋଲି ମଧ୍ୟ କହିଛନ୍ତି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-18-scaled.jpg)
