ଓଡିଆ ଭାଷାରେ ପ୍ରଥମ ଆନିମେଟେଡ ପୌରାଣିକ ଡିଜିଟାଲ ସିରିଜ – ଲୋକାର୍ପିତ –

କଟକ । ୧୮.୦୬ ୨୦୨୬ । ଉନ୍ନୟନ ଯୋଗାଗୋଗ ଓ ଟେଲି ମନୋରଞ୍ଜନ କ୍ଷେତ୍ରରେ ଅଗ୍ରଣୀ ଅଡିଓ ଭିଜୁଆଲ ସଂସ୍ଥା,କଟକର “ସ୍ବାହା” ଦ୍ବାରା ଓଡିଆ ଭାଷାରେ ପ୍ରଥମ ଆନିମେଟେଡ ପୌରାଣିକ ଡିଜିଟାଲ ସିରିଜ – ମହା ପୁରାଣ ରାମାୟଣ,ଚହଟାସ୍ଥିତ ରାମ ମନ୍ଦିରରେ ଲୋକାର୍ପିତ ହୋଇଛି। ୟୁଟିଯୁବରେ ପ୍ରସାରଣ ଆରମ୍ଭ କରିଥିବା ଏହି ଧାରାବାହିକ ପ୍ରଥମ ଦିନରୁ ଦର୍ଶକୀୟ ସଫଳତା ହାସଲ କରିଛି। କୁନି କୁନି ପିଲା ମାନଙ୍କୁ ସେମାନଙ୍କ ପସନ୍ଦ ଓ ଆଗ୍ରହ ବଢାଉଥିବା ଆନିମେଟେଡ ଚରିତ୍ର ମାଧ୍ୟମରେ ଆମ ସଂସ୍କୃତି, ପରମ୍ପରା ବିଷୟରେ ଜ୍ଞାନ ପ୍ରଦାନ କରିବା ଏହି ସିରିଜର ଉଦ୍ଦେଶ୍ୟ ବୋଲି କହିଛନ୍ତି ଏହାର ପ୍ରୋଯୋଜକ ନିର୍ଦ୍ଦେଶକ ତଥା ସ୍ବାହାର ପରିଚାଳନା ନିର୍ଦ୍ଦେଶକ ସୁଧାକର କର ଦାସ।ଏହି ପୌରାଣିକ ସିରିଜ ୟୁଟିଯୁବରେ ସ୍ବାହାଡିସିଏନଇ(swaha dcne)ଚାନେଲରେ ପ୍ରସାରଣ ଆରମ୍ଭ କରିଛି । ଏହି ସିରିଜରେ ଏମିତି ଅନେକ କିଛି ଘଟଣା ଓ ଚରିତ୍ରଙ୍କୁ ସ୍ଥାନିତ କରା ଯାଇଛି ଯାହା ଏପର୍ଯ୍ୟନ୍ତ ଅନାଲୋଚିତ ହୋଇ ରହିଛି।ସେସବୁରେ ଭରି ରହିଛି ନୈତିକ ମୂଲ୍ୟବୋଧ ଓ ଆଗାମୀ ପିଢୀକୁ ଏକ ପ୍ରେରଣାଦାୟକ ସାଂସ୍କୃତିକ ପୃଷ୍ଠଭୂମୀ । ଦେବାର ସୁଯୋଗ। ଏହି ସିରିଜ ଏଇ ଦୃଷ୍ଟିରୁ ଅନନ୍ୟ ଯେ ଶିଶୁ ମାନଙ୍କ ସହିତ ପରିବାରର ଅନ୍ୟ ସଦସ୍ୟଙ୍କୁ । ମଧ୍ୟ ରାମାୟଣ ଅନେକ ନୂଆ । ଦିଗ ସହିତ ପରିଚିତ କରାଇବ ବୋଲି କହିଛନ୍ତି ଏହାର ସଂଳାପ ଓ ଚିତ୍ରନାତ୍ୟ ଦାଇତ୍ବରେ ଥିବା ସ୍ବାହାର? ) ମୁଖ୍ୟ କାର୍ଯ୍ୟକ୍ରମ ନିଷ୍ପାଦକ ପ୍ରଭାକର ଦାସ। ଯୁବ ପ୍ରତିଭା ସୋହନ ଦାସ ଓ ସୋମାନ ଦାସ ଷ୍ଟୋରିବୋଡ,ଗ୍ରାଫିକ୍ସ, ଆନିମେଶନ ଓ ସଙ୍ଗୀତ ଡାଇତ୍ବରେ ରହିଛନ୍ତି। ସେମାନେ କହିଲେ – ଦୀର୍ଘ ଅଠର ମାସର କଠୋର ପ୍ରଚେଷ୍ଟା ପରେ ଆଜି ଆ ଆମେ ଯେଉଁମାନଙ୍କ ପାଇଁ ପ୍ରଥମ ଅଧ୍ୟାୟ ପ୍ରସାରଣ ପାଇଁ ସକ୍ଷମ ହେଇଛୁ ସେମାନ ମାନଙ୍କ ପାଖରେ ସ୍ବାହା । କୃତଜ୍ଞ ରହିବ। ଶୀର୍ଷକ ସଙ୍ଗୀତ ନିର୍ଦ୍ଦେଶନା ସହିତ ଏଥିରେ କଣ୍ଠଦାନ କରିଛନ୍ତି ଓଡିଶାର ଅଗ୍ରଣୀ ଓ ଲୋକପ୍ରିୟ କଣ୍ଠଶିଳ୍ପୀ କରୁଣାକର । ଏହି ଲୋକାର୍ପଣ ଅବସରରେ ଓଡିଆ ତବିଙ୍ଗ ଇଣ୍ଡଷ୍ଟ୍ରିର ସମସ୍ତ ଆଗଧାଡିର ଶିଳ୍ପୀ ଓ ସ୍ବାହାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଶେଷରେ ସ୍ବାହାର ସାଧାରଣ ପରି ପରିଚାଳକ ବିଶ୍ବରଞ୍ଜନ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।



