ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ବର୍ଗତ ଦେବରାଜ ସାହୁଙ୍କ ସ୍ମୃତି ସଭା ଅନୁଷ୍ଠିତ

ଜେ ବି ଏନ, ବ୍ରହ୍ମପୁର ( ଟୁକୁନା ପ୍ରଧାନ, ୩୧.୦୧.୨୦୨୧) -: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ସୁମଣ୍ଡଳ ଗ୍ରାମର ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ବର୍ଗତ ଦେବରାଜ ସାହୁଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ର, ବେଗୁନିଆପଡ଼ା ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ଆଇନଜୀବୀ ଉଦୟନାଥ ପ୍ରଧାନ, ପୂର୍ବତନ ସରପଞ୍ଚ ବିଜୟ କୁମାର ନାୟକ, ସମାଜସେବୀ ମହେଶ୍ୱର ବରାଡ଼, ପୂର୍ବତନ ଜିଲ୍ଲା ପରିଷଦ ସଭ୍ଯ ତ୍ରିନାଥ ଭୂୟାଁ, ବିଜୟ ପ୍ରଧାନ, ସନ୍ତୋଷ କୁମାର ସାହୁ, ମହେନ୍ଦ୍ର କୁମାର ଗୌଡ, ପଦ୍ମ ଚରଣ ସ୍ଵାଇଁ, ବନମାଳୀ ପ୍ରଧାନ ସମେତ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇ ସ୍ବର୍ଗତ ଦେବରାଜ ସାହୁଙ୍କ ସ୍ମୃତି ଚାରଣ କରିଥିଲେ । ଆଉ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ର ସଭାକାର୍ଯ୍ୟ ସଂଯୋଜନା କରିଥିଲେ ।ସୂଚନା ଅନୁଯାୟୀ ଗତ ଜାନୁଆରୀ ୨୦ ତାରିଖରେ ପୂର୍ବତନ ବ୍ଲକ ଅଧ୍ଯକ୍ଷ ଦେବରାଜ ସାହୁଙ୍କୁ ସୁମଣ୍ଡଳ ଛକରେ ସକାଳ ପ୍ରାୟ ୮ଘଣ୍ଟ ୩୦ ମିନିଟ୍ ସମୟରେ ଚା ଦୋକାନ ନିକଟରେ ଗୁଳି କରି ଦୃବର୍ତ୍ତମାନେ ହତ୍ୟା କରିଥିଲେ ।




