ରାଜ ମିଡ଼ିଆ ର ଚତୁର୍ଥ ସ୍ଵନକ୍ଷତ୍ର ଦିବସ ପାଳିତ

ଜେ ବି ଏନ, ୩୧/୦୧ /୨୦୨୧, (ରିପୋର୍ଟ, ବ୍ୟୁରୋ JRP), ଜଗତସିଂହପୁର : ଜଗତସିଂହପୁର ସ୍ଥିତ ରମାଦେବୀ କଲ୍ୟାଣମଣ୍ଡପ ରେ ରାଜ ମିଡ଼ିଆ ର ଚତୁର୍ଥ ସ୍ଵନକ୍ଷତ୍ର ଦିବସ ପାଳିତ ହୋଇଯାଇଛି ! ଜଗତସିଂହପୁର ପୌର ପାରିଷଦ ପୂର୍ବତନ ଅଧକ୍ଷ୍ୟ ମଧୁସୂଦନ ସାହୁ ଙ୍କ ପୌରହିତ ରେ ମୁଖ୍ୟ ଅତିଥିଭାବେ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ପ୍ରଦୀପ ପ୍ରଜ୍ଵଲନ କରି ରାଜ ମିଡ଼ିଆ ର ଚତୁର୍ଥ ସ୍ଵନକ୍ଷତ୍ର ଦିବସ ଙ୍କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ !ମୁଖ୍ୟବକ୍ତା ଭାବେ ପୂର୍ବତନ ସାଂସଦ ପ୍ରସନ କୁମାର ପାଟଶାଣୀ, ସଂମ୍ମାନିତ ଅତିଥିଭାବେ ଜଗତସିଂହପୁର ବ୍ଲକ ଅଧକ୍ଷା ବିଜୟଲକ୍ଷ୍ମୀ ବେହେରା, , ଅତିରିକ୍ତ ଜ଼ିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ପ୍ରମୁଖ ଯୋଗଦେଇଥିଲେ ! ଏହି ଅବସରରେ ବିଶିଷ୍ଟ ଅତିଥି, ସମାଜସେବୀ, ସାମ୍ବାଦିକ, କଳାକାର ମାନଙ୍କୁ ରାଜ ମିଡ଼ିଆ ସ୍ଵନକ୍ଷତ୍ର ଦିବସରେ ସମ୍ବର୍ଦ୍ଧିତ କରାଯାଇଥିଲା l



