ଜଗତସିଂହପୁର ଜ଼ିଲ୍ଲା ସାମ୍ବାଦିକ ୟୁନିଅନ ର ସାଂଗଠନିକ ବୈଠକ

ଜେ ବି ଏନ, ୦୪/୦୨ /୨୦୨୧, (ରିପୋର୍ଟ, ବ୍ୟୁରୋ JRP), ଜଗତସିଂହପୁର : ଜଗତସିଂହପୁର ଜ଼ିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ସିଦ୍ଧ ବାରଙ୍ଗ ସ୍ଥିତ ଗୋଶାଳା ଠାରେ ଜ଼ିଲ୍ଲା ସଭାପତି ଶୁଭଙ୍କର ଜେନା ଙ୍କ ସଭାପତିତ୍ୱ ରେ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ! ଏହି ବୈଠକ ରେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ, କାଁହୁ ଚରଣ ନନ୍ଦ ! ଅଜୟ କୁମାର ଜେନା ! ଆର୍ତ୍ତତ୍ରାଣ ପତି ! ପ୍ରମୁଖ ଯୋଗଦେଇ ଜ଼ିଲ୍ଲା ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ମୌଳିକ ସମସ୍ୟା !ଜ଼ିଲ୍ଲା ସଦର ମହକୁମାରେ ସାମ୍ବାଦିକ ଭବନ ନିର୍ମାଣ ! ସାମ୍ବାଦିକମାନଙ୍କୁ କରୋନା ଟୀକା ପ୍ରଦାନ ସମ୍ପର୍କ ରେ ବିସ୍ତୃତ ଆଲୋଚନା କରାଯାଇଥିଲା ! ଜ଼ିଲ୍ଲା ସାମ୍ବାଦିକ ୟୁନିଅନ ରେ ନୂତନଭାବେ ଯୋଗଦେଇଥିବା ଦୀପକ ମହାନ୍ତି, ସରୋଜ କାନ୍ତ ସାହୁ, ରମାକାନ୍ତ ଦାଶ, ମହେଶ୍ୱର ତ୍ରିପାଠୀ ଆଦି ନୂତନ ସଦସ୍ୟମାନଙ୍କୁ ପୁଷ୍ପମାଲ୍ୟ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ! ଏହି ସାଂଗଠନିକ ବୈଠକ ରେ ଜ଼ିଲ୍ଲା ସଦର ମହକୁମାର ସମସ୍ତ ସାମ୍ବାଦିକ ଯୋଗଦେଇଥିଲେ ! ଶେଷରେ ଜ଼ିଲ୍ଲା ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ !



