ଅନୁଗୁଳ ଜିଲ୍ଲା ସମ୍ପର୍କ କିନ୍ନର ସଙ୍ଘ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ


ଜେ ବି ଏନ, ୦୫/୦୨ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଆଜି ସମ୍ପର୍କ କିନ୍ନର ସଙ୍ଘ ତରଫରୁ ଏକ ସଫେଇ କାର୍ଯ୍ୟକ୍ରମ ହୋଇଛି, କିନ୍ନର ମାନେ ଅନୁଗୁଳ ବସ ଷ୍ଟାଣ୍ଡ, ରାଜାଚ୍ଛକ, ବାଳିକା ଉଚ୍ଚ ବିଦ୍ୟାଳୟ ପାର୍ଶ୍ଵବର୍ତ୍ତୀ ଅଂଚଳ ଚିନ୍ମୟୀ ଦାସ ଙ୍କ ନେତୃତ୍ୱ ରେ ସଫେଇ କରିଥିଲେ ଉଦେଶ୍ୟ ଥିଲା ସହର କୁ ପରିଷ୍କାର ପରିଚ୍ଛନ୍ନ କରିବା ଓ ଯେଉଁ ସମୟରେ ସଫେଇ କର୍ମଚାରୀ କାର୍ଯ୍ୟ ବନ୍ଦ ରଖୁଛନ୍ତି ସେ ସମୟ ରେ ସମ୍ପର୍କ କିନ୍ନର ସଙ୍ଘ ସଫେଇ କରିବେ ଓ ପ୍ରତି ପନ୍ଦର ଦିନ ରେ ଥରେ, ପ୍ରତିମୂର୍ତ୍ତି, ସହର ର ମୁଖ୍ୟ ସ୍ଥାନ ଏ ସବୁ ଜାଗା ପରିଷ୍କାର କରିବାପାଇଁ କିନ୍ନର ମାନେ ଅଣ୍ଟା ଭିଡିଛନ୍ତି, କିନ୍ନର ମାନଙ୍କ ଏଭଳି କାର୍ଯ୍ୟ ଦେଖି ସାଧାରଣ ଲୋକେ ଭୁରି ଭୁରି ପ୍ରଶଂସା କରିଛନ୍ତି, ସଙ୍ଘ ର ସଭାପତି ପ୍ରିୟା କିନ୍ନର, ସୁଜାତା କିନ୍ନର, ଦେବଯାନୀ କିନ୍ନର,ଭା୍ନୁପ୍ରିୟା ସାମଲ ସବନବ କିନ୍ନର, ଅଲି କିନ୍ନର, ଉଷା, ତପନ ଓ ଅନ୍ୟମାନେ ସଫେଇ କରିଥିଲେ I





