ଆସନ୍ତା କାଲି ଚାଷୀ ଆନ୍ଦୋଳନ ହୋଇପାରେ ତୀବ୍ର, ଭାରତ ବନ୍ଦ ଅବସରରେ ଓଡିଶା ପ୍ରଦେଶ କଂଗ୍ରେସର ସମର୍ଥନ ଘୋଷଣା

ଜେ ବି ଏନ, ୦୫/୦୨ /୨୦୨୧, (ରିପୋର୍ଟ, ବ୍ୟୁରୋ), ଭୁବନେଶ୍ବର : କେନ୍ଦ୍ର ସରକାର ଙ୍କ ନୂତନ କୃଷି ବିଲ୍ କୁ ବିରୋଧ କରି ସମଗ୍ର ଦେଶରେ ବିରୋଧ କରାଯାଇଛି l ଏହି ଅବସରରେ ଆସନ୍ତା କାଲି ଅର୍ଥାତ ଫେବ୍ରୁଆରି ୬ ତାରିଖ ରେ ଚକା ଜାମ୍ କରି ଭାରତ ବନ୍ଦ ଡାକରା ଦେଇଛି ଚାଷୀ ଆନ୍ଦୋଳନ ରେ ସାମିଲ ଚାଷୀ ସଂଗଠନ l ତେବେ ମିଳିଥିବା ସୂଚନା ମୁତାବକ ଏହି ବନ୍ଦ ଡାକରାକୁ ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ସମର୍ଥନ ମିଳିଛି l ଆସନ୍ତାକାଲି ହେବାକୁ ଥିବା ଦିନ ୧୨ ଟା ରୁ ଅପରାହ୍ଣ ତିନିଟା ପର୍ଯ୍ୟନ୍ତ ବନ୍ଦକୁ ସମର୍ଥନ କଲେ ପ୍ରଦେଶ କଂଗ୍ରେସ l ସମର୍ଥନ ଘୋଷଣା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ l ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ଚାଷୀ ଆନ୍ଦୋଳନ କୁ ସମର୍ଥନ ଦେବ l ଦେଶର ୭୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରୁଥିବା ବେଳେ ସରକାର ଚାଷିଙ୍କ କଥା କର୍ଣ୍ଣପାତ କରୁନାହାନ୍ତି l ଏଣୁ କଂଗ୍ରେସ ସମର୍ଥନ କରିବ l




