୧୦ ମାସ ପରେ ବିଦ୍ୟାଳୟ ଖୋଲିବା ନେଇ ନବମ ଶ୍ରେଣୀ ଛାତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି

୧୦ମାସ ପରେ ବିଦ୍ୟାଳୟ ଖୋଲିବା ଦ୍ବାରା ଶିକ୍ଷକ ଏବଂ ଛାତ୍ରୀମାନେ ଖୁସି ପ୍ରକଟ କରୁଥିବା ଦେଖିବାକୁ ମିଳିଛି।
(ଜେ ବି ଏନ /ସୁବ୍ରତ କୁମାର) ୦୮/୦୧ /୨୦୨୧ ଢେଙ୍କାନାଳ ଜିଲ୍ଲା ପୌରାଞ୍ଚଳର ସୁଲକ୍ଷଣା ଦେବୀ ବାଳିକା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଓ ଶିକ୍ଷକମାନେ ଦୀର୍ଘ ୧୦ମାସ ପରେ ବିଦ୍ୟାଳୟ ଖୋଲିବା ଦ୍ବାରା ଖୁସି ପ୍ରକଟ କରିଛନ୍ତି। ଆଉ ଆଜି ବିଦ୍ୟାଳୟ ଖୋଲିବା ପ୍ରଥମ ଦିନ ରେ ସମସ୍ତ୍ ଛାତ୍ରୀ ଉପସ୍ଥିତ ରହିବା ସହ ମାକ୍ସ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ଓ ସାମାଜିକ ଦୂରତା ରକ୍ଷା କରି ଶ୍ରେଣୀ ଗୃହରେ ବସିଥିବା ଦେଖିବାକୁ ମିଳିଥିଲା।ସରକାରଙ୍କ କୋଭିଡ୍-୧୯ କଟକଣା ନିୟମକୁ ମାନି ଛାତ୍ରୀମାନଙ୍କୁ ଶିକ୍ଷାଦାନ ଦିଆଯିବା ସହ ସମସ୍ତ ଶିକ୍ଷୟିତ୍ରୀ ଏବଂ ଛାତ୍ରୀମାନେ କିପରି ସବୁଦିନ ଉପସ୍ଥିତ ରହିବେ ତାହାକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ ବୋଲି ଗଡ଼ ବୁଢ଼ାପଙ୍କ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମୀନତି ଦେହୁରୀ କହିଛନ୍ତି ।




