ଦିତୀୟ ଥର ପାଇଁ ପଜିଟିଭ ସଂଖ୍ୟା ଶୂନ୍ୟ

ଆଜି ଅନୁଗୋଳ ଜିଲ୍ଲାରୁ କେହି କରୋନା ପଜିଟିଭ ଚିହ୍ନଟ ହୋଇନାହାନ୍ତି- ସୁସ୍ଥ ହେଲେ ୬ ଜଣ – ପଜିଟିଭ ସଂଖ୍ୟା ୧୨୨୯୩ ରେ ସିମୀତ
ଜେ ବି ଏନ, ୦୮/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ଆଜି ଅନୁଗୋଳ ଜିଲ୍ଲାରୁ ୨ୟ ଥର ପାଇଁ କେହି କରୋନା ପଜିଟିଭ ବାହାରି ନଥିବାର ସୂଚନା ମିଳିଛି । ପଜିଟିଭ ସଂଖ୍ୟା ୧୨୨୯୩ ରେ ରହିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ଆଜି ( ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ) କେହି ଆକ୍ରାନ୍ତ ଚିହ୍ନଟ ହୋଇ ନଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ୨୩୪ ରେ ରହିଛି । ଆଜି ଅନୁଗୋଳ ଜିଲ୍ଲାରୁ ସୁସ୍ଥ ହୋଇଥିବା ୬ ଜଣ ଯାକ ହୋମ Isolation ରେ ଥିବାର ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି ।



