ରାଜ୍ୟରେ ୧୨୯୪୧ ଜଣଙ୍କୁ ଟୀକାଦାନ କରାଯାଇଛି

ଜେ ବି ଏନ, ୧୭/୦୧/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଭୁବନେଶ୍ବର : ଓଡିଶା ରାଜ୍ୟରେ ମୋଟ ୧୬୧ଟି ଟୀକାଦାନ କେନ୍ଦ୍ରରେ ୧୨୯୪୧ ଜଣଙ୍କୁ ଟୀକାଦାନ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମାଧ୍ୟମରେ କ୍ୟାପିଟାଲ୍ ହସ୍ପିଟାଲର ପ୍ରଥମ ଟୀକା ନେଇଥିବା ସଫେଇ କର୍ମଚାରୀ , ସୁନ୍ଦରଗଡ଼ର ଜଣେ ଷ୍ଟାଫ୍ ନର୍ସ ଓ ଗଞ୍ଜାମର ଜଣେ ଡାକ୍ତରଙ୍କ ସହ କଥା ହୋଇଥିଲେ । ଟୀକା ନେବା ପରେ ସମସ୍ତେ ଆନନ୍ଦ ପ୍ରକାଶ କରିବା ସହ ଏହା ସମ୍ପୂର୍ଣ୍ଣ ଯନ୍ତ୍ରଣା ବିହୀନ ଓ ନିରାପଦ ବୋଲି ମତବ୍ୟକ୍ତ କରିଛନ୍ତି ବୋଲି ସରକାରୀ ସୂତ୍ରରୁ କୁହାଯାଇଛି । ସେହିପରି ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l



