ସାନା ଧର୍ମ କୁ ସ୍ୱତନ୍ତ୍ର ମାନ୍ୟତା ଦେବାକୁ ଦାବି କରି ଆଦି ବାସିଙ୍କ ପକ୍ଷରୁ ଆଜି ରେଳ ରୋକ

ଜେ ବି ଏନ, ୦୧/୦୨ /୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର : ସାନା ଧର୍ମ କୁ ସ୍ୱତନ୍ତ୍ର ମାନ୍ୟତା ଦେବାକୁ ଦାବି କରି ଆଦି ବାସିଙ୍କ ପକ୍ଷରୁ ଆଜି ଯାଜପୁର ରୋଡ଼ ରେଳ ଷ୍ଟେସନରେ ରେଳ ରୋକ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ନେତା ସୁନାରାମ ମାରାଣ୍ଡି ଙ୍କ ନେତ୍ୱତରେ ପ୍ରାୟ ୨ଶହରୁ ଉର୍ଦ୍ଧ୍ବ ଆଦୋଳନ କାରୀ ଆଦିବାସୀ ପୁରୁଷ ଓ ମହିଳା ଏହି ରାସ୍ତା ରୋକ ଆନ୍ଦୋଳନ ରେ ସାମିଲ ଥିଲେ । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଅଧିକ ତୀବ୍ରତର କରାଯିବ ବୋଲି ଆନ୍ଦୋଳନ କାରିମାନେ ଚେତାବନୀ ଦେଇଛନ୍ତି। ବିଭିନ୍ନ ଧର୍ମ କୁ ଧର୍ମ ର ମାନ୍ୟତା ମିଳିଥିବି ବେଳେ ଆଦିବାସୀ ମାନଙ୍କୁ ପୃଥକ ପୃଥକ ଭାବେ ଧର୍ମ ନାମରେ ବୀଭାଗୀକରଣ କରାଯାଉଥିବା ଅଭିଯୋଗ ହୋଇଛି।ସାନା ଧର୍ମ କୁ ତୁରନ୍ତ ସ୍ଵତନ୍ତ୍ର ମାନ୍ୟତା ପ୍ରଦାନ କରିବାକୁ ଆନ୍ଦୋଳନ କାରି ନେତା ମାନେ ଏହି ଅବସରରେ ଆନ୍ଦୋଳନ କାରି ଲୋକ ମାନେ ବିଭିନ୍ନ ସ୍ଲୋଗାନ ମାନ ଦେଇ ବ୍ୟାସନଗର ସହର ପରିକ୍ରମା କରିଥିଲେ।




