ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଧାନ ଖାଇଲେ ହାତୀ ପଲ

ଜେ ବି ଏନ, ୦୧/୦୨ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ତଳମୂଳ ଓ ନୂଆସାହିରେ ଘର ଦ୍ୱାରା ନଷ୍ଟ କରିବା ସହ ବ୍ୟାପକ କ୍ଷୟକ୍ଷତି କରିଛନ୍ତି ହାତୀ ପଲ। ଗତକାଲି ରାତି ପ୍ରାୟ ୧୨ ଘଟିକା ସମୟରେ ଫୁଲପଡା ପଞ୍ଚାୟତ ରଙ୍କାସିଂହା ଗ୍ରାମ ପଟରୁ ସାନ୍ତରାପୁର ‘ଖ’ ପଞ୍ଚାୟତ ଅନ୍ତର୍ଗତ ନାକୁଆପାଳ ଗ୍ରାମରେ ପଶିଥିଲେ ୨୫ରୁ ଉର୍ଦ୍ଧ୍ବ ହାତୀ। ନାକୁଆପାଳରେ ବ୍ୟାପକ ଫସଲ ନଷ୍ଟ କରିବା ସହ ଭୟର ବାତାବରଣ ଖେଳେଇଥିଲେ। ହାତୀ ପଲ ଏକ ମୁଁହା ହୋଇ ଗୋପିଗୋଠ ସାହିକୁ ରାତି ପ୍ରାୟ ୧୨.୩୦ ଘଟିକା ସମୟରେ ପଶିଥିଲେ। ପ୍ରଥମେ ଗୋପିଗୋଠ ସାହିର ନେକୁଳ ମହାଳିକ, ପିତା : ୰ଭିକାରୀ ମହାଳିକ ଙ୍କ ଘରେ ପଶି ଘର କାନ୍ଥ ଭାଙ୍ଗିବା ସହ ଘରେ ଥିବା ଧାନ ଖାଇଥିଲେ। ରୋଷେଇ ଘରେ ପଶି ଭାତ ଖାଇବା ସହ ଆସବାପତ୍ର ଫିଙ୍ଗା ଫୋପଡା କରିଥିଲେ। ତାପରେ ଗ୍ରାମର ବାଦଲ ମହାଳିକଙ୍କ ଘରର କାନ୍ଥ ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରିଥିଲେ। ଭାଗ୍ୟ ବଶତଃ ହାତୀ କବଳରୁ ଅଳ୍ପକେ ରକ୍ଷା ପାଇଥିଲେ ବାଦଲଙ୍କ ପରିବାରବର୍ଗ। ପରେ ଜମ୍ବେଶ୍ୱର ସାହୁଙ୍କ ଘରକୁ ପଶି ଘରେ ଥିବା ସମସ୍ତ ଧାନ, ଚାଉଳ, ଅଟା ଆଦି ଖାଦ୍ୟ ସାମଗ୍ରୀ ନଷ୍ଟ କରିବା ସହ ଘର ର ଚାଳକୁ ଭାଙ୍ଗି ଦେଇଥିଲେ। ଏତିକିରେ ମନ ବୁଝିନଥିଲା ଯେ ଚାଷୀ ଗଣେଶ୍ୱର ସାହୁଙ୍କ ବଗିଚାରେ ପଶିଥିଲେ ହାତୀ ପଲ କାକୁଡି, କଲରା, ଧୁଡୁଙ୍ଗ ଆଦି ପନିପରିବାକୁ ନଷ୍ଟ କରିଦେଇଛନ୍ତି ଓ ଚାଷୀ ରମାକାନ୍ତ ସାହୁଙ୍କ ବାଡ଼ିରେ ଲାଗିଥିବା ବନ୍ଧା କୋବି ଗୁଡିକୁ ଖାଇ ଯାଇଥିଲେ। ଯାହା ଫଳରେ ଚିନ୍ତାରେ ଅଛନ୍ତି ହାତୀପଲ। ରାତି ଅଧରେ ହାତୀ ମାନଙ୍କର ଏପରି କରାଳ ରୂପ ଦେଖି ଭୟରେ ଥରିଥିଲେ ଗ୍ରାମବାସୀ। କ୍ଷତି କରିଥିବା ଲୋକମାନଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।




