ହାତୀ ପଲ ଘର ଭାଙ୍ଗି ଫସଲ ନଷ୍ଟ କରିବା ଘଟଣା…
କ୍ଷୟକ୍ଷତି ଆକଳନ କଲେ ବନବିଭାଗ କର୍ମଚାରୀ

ଜେ ବି ଏନ, ୦୩.୦୨.୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରାପୁର ‘ଖ’ ପଞ୍ଚାୟତ ଗୋପିଗୋଠ ସାହି, କୁସୁଣାରେ ବ୍ୟାପକ ଫସଲ ସହ ଘର ଭାଙ୍ଗିଥିଲେ ହାତୀପଲ। ପ୍ରାୟ ତିନି ଦିନ ଆଖ ପାଖ ଗ୍ରାମରେ ରହି ଆତଙ୍କ ଖେଳାଇଥିଲେ ହାତୀପଲ। ଗୋପିଗୋଠ ସାହିର ନେକୁଳ ମହାଳିକ, ବାଦଲ ମହାଳିକ, ଜମ୍ବେଶ୍ୱର ସାହୁ, ଗଣେଶ୍ୱର ସାହୁ, ସୁଦାମ ସାହୁ, ରମାକାନ୍ତ ସାହୁ କ୍ଷତିଗ୍ରସ୍ତ ହୋଇଥିଲେ। ରାତି ସାରା ଭୟ ସୃଷ୍ଟି କରି ଧାନ, ଚାଉଳ ଖାଇବା ସହ ବ୍ୟାପକ ଫସଲ ନଷ୍ଟ କରି ରଙ୍କାସିଂହା ଜଙ୍ଗଲ ରେ ରହିଥିଲେ ବଣୁଆ ହାତୀ। ବନ ବିଭାଗ କର୍ମଚାରୀ, ଆଇଆରବି ଯବାନ ଓ ପୋଲିସ କର୍ମଚାରୀଙ୍କ ସହଯୋଗରେ ତିନିଦିନ ପରେ ଗାଁ ଛାଡିଛନ୍ତି ହାତୀପଲ। ହାତୀ ଗୁଡିକ ପୁରୁଣାକୋଟ ଜଙ୍ଗଲ ମୁହାଁ ହେବା ପରେ ଅଚିନ୍ତାରେ ଶୋଇଥିଲେ ଗାଁ ଲୋକେ। ଆଜି ବନବିଭାଗ କର୍ମଚାରୀ ଗାଁରେ ପହଁଚି ହାତୀ ନଷ୍ଟ କରିଥିବା ଫସଲ ଦେଖିବା ସହ, ଭାଙ୍ଗିଥିବା ଘର ଗୁଡିକର କ୍ଷୟକ୍ଷତି ଆକଳନ କରିଥିଲେ। ତୁରନ୍ତ କ୍ଷୟକ୍ଷତି ପ୍ରଦାନ କରାଯିବ ବୋଲି ବନ କର୍ମଚାରୀ ସୂଚନା ଦେଇଛନ୍ତି।




