ଇଞ୍ଜିନିୟରିଂ ଛାତ୍ରଙ୍କ ରଶି ଲଗାଇ ଆତ୍ମହତ୍ୟା

ଜେ ବି ଏନ, ୦୫/୦୨ /୨୦୨୧, (ରିପୋର୍ଟ, ଯାଜପୁର ରୁ ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲାର ବିଞ୍ଝାରପୁର ଥାନା ଅନ୍ତର୍ଗତ ସିଂହପୁର ଗ୍ରାମର ବସନ୍ତ କୁମାର ସାହୁ ଙ୍କ ସାନ ପୁଅ ଚିକୁ ଓରଫ ଅଜିତ କୁମାର ସାହୁ ବାଙ୍ଗାଲୋର ର ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ବେଳେ ଗତ ବୁଧବାର ଦିନ ୩_୦୧_୨୦୨୧ ତାରିଖ ଦିନ ସଂଧ୍ୟା ସମୟରେ ଘରେ କେହି ନଥିବା ବେଳେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ତାଙ୍କ ଭଉଣୀ ଓ ଭିଣେଇ ଏବଂ ବଡ଼ ଭାଇ ସହିତ ରହୁଥିଲେ। ତେବେ ପୋଲିସ କୁ ହସ୍ତଗତ ହୋଇଥିବା ଅର୍ଥାତ ପକେଟ୍ ରୁ ଏକ କାଗଜ ରେ ଲେଖାଯାଇଥିବା ମରିବାରେ କେହି ଦାୟୀ ନୁହଁନ୍ତି ବୋଲି ପୋଲିସ ଉଧାର କରିଛି ଓ ମୋବାଇଲ ଫୋନ ମଧ୍ଯ ଯବତ କରିଛି।




