ଇଂଲଣ୍ଡର ମନ୍ଥର ଆରମ୍ଭ, ପ୍ରଥମ ଅଧିବେଶନରେ ଦୁଇଟି ୱିକେଟ୍ ଖସିଲା

ଜେ ବି ଏନ, ୦୫/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ/ଚେନ୍ନାଇ : ଚେନ୍ନାଇରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆରମ୍ଭ ହୋଇଛି। ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ପ୍ରଥମ ଦିନର ପ୍ରଥମ ଅଧିବେଶନରେ ଇଂଲଣ୍ଡ 2 ୱିକେଟ୍ ହରାଇ 67 ରନ୍ ସଂଗ୍ରହ କରିଛି।
ଇଂଲଣ୍ଡ ପାଇଁ ଓପନିଂ ଯୋଡି ଭାବରେ ଅବତରଣ କରିଥିବା ରୋରୀ ବର୍ନସ୍ ଏବଂ ଡୋମ୍ ସିବିଲି 63 ରନ୍ ସହଭାଗୀତା ବାଣ୍ଟିଥିଲେ।
24 ତମ ଓଭରରେ ବର୍ନସ୍ ୱିକେଟ୍ କିପର ରିଷଭ ପନ୍ତଙ୍କ ଦ୍ଵାରା ଆର ଅଶ୍ୱିନଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ l ଏହି ସମୟରେ ବର୍ନସ୍ ୩୩ ରନ୍ ସଂଗ୍ରହ କରିଥିଲେ l



