
ସି ଏସ୍ ଆର କାର୍ଯ୍ୟକ୍ରମର ଅଗ୍ରଗତିକୁ ନେଇ ସମୀକ୍ଷା କଲେ ଜିଲ୍ଲାପାଳ ।
(ଜେ ବି ଏନ /ସୁଶାନ୍ତ କୁମାର) ୧୧/୦୨ /୨୦୨୧ ଅନୁଗୋଳ : ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପ ସଂସ୍ଥା ଦ୍ଵାରା କାର୍ଯ୍ୟକାରୀ ହେଉଥିବା ସି ଏସ୍ ଆର କାର୍ଯ୍ୟକ୍ରମକୁ ନେଇ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ବିଶେଷକରି ଚାଲିଥିବା ସି ଏସ୍ ଆର କାର୍ଯ୍ୟକ୍ରମ , ପ୍ରସ୍ତାବିତ ସି ଏସ୍ ଆର କାର୍ଯ୍ୟ ଓ ବିଭିନ୍ନ ପ୍ରେରଣା ଓ ଆହ୍ବାନ ସମ୍ପର୍କରେ ଜିଲ୍ଲାପାଳ ସମୀକ୍ଷା କରିଥଲେ । ଲୋକଙ୍କର ଆବଶ୍ୟକତା ଓ ଉପଲବ୍ଧ ସମ୍ବଳକୁ ସମ୍ପୃକ୍ତ ଅଞ୍ଚଳର ଶିଳ୍ପ ସଂସ୍ଥା ଗୁଡିକର ପାରିପାର୍ଶିକ ଅଞ୍ଚଳରେ କାର୍ଯ୍ୟକାରୀ କଲେ ଲୋକମାନେ ଉପକୃତ ହୋଇପାରିବେ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ଶିକ୍ସ ସଂସ୍ଥାର ଯୋଜନା ସହିତ ବିଭିନ୍ନ ସରକାରୀ ଯୋଜନାକୁ ସାମିଲ ସମ୍ମିଳିତ ଭାବେ ଉପଯୁକ୍ତ ସମନ୍ବୟ ରଖି କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଶିଳ୍ପ ସଂସ୍ଥାଗୁଡିକର ପାରିପାର୍ଶିକ ଅଞ୍ଚଳରେ ଶିକ୍ଷା , ସ୍ବାସ୍ଥ୍ୟ , ପାନୀୟ ଜଳ ଯୋଗାଣ ଓ ବିଭିନ୍ନ ଆନୁଷଙ୍ଗିକ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ ଭାବେ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏମ୍ ସି ଏଲ୍(MCL) ଦ୍ଵାରା ପ୍ରତିଷ୍ଠା ହୋଇଥିବା ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ନାଲ୍କୋର ସି ଏସ୍ ଆର କାର୍ଯ୍ୟକ୍ରମ ମଧ୍ୟରେ ଗିରାଙ୍ଗ ଗ୍ରାମର ୭୬୭ ଘରର ୪ ହଜାର ୧୦୦ ଲୋକଙ୍କୁ ପାଇପ୍ ଜଳ ଯୋଗାଣ , ୧୧ଟି ଗ୍ରାମରେ ଅଚଳ ହୋଇ ପଡି ରହିଥିବା ପାଇପ୍ ଜଳ ଯୋଗାଣ କାର୍ଯ୍ୟର ପୁନଃରୁଦ୍ଧାର , ପାରିପାର୍ଶିକ ଗ୍ରାମରେ ମେଡିକାଲ ସ୍ଵାସ୍ଥ୍ୟ ୟୁନିଟ୍ କାର୍ଯ୍ୟକ୍ଷମ କରାଇବା , ନାକୋ ଟାଉନସିପ୍ ଗେଟ୍ ନମ୍ବର – ୧ରେ ଓ ପି ଡି କେନ୍ଦ୍ର ଖୋଲିବା , ବିଭିନ୍ନ ପାରିପାର୍ଶିକ ଗ୍ରାମରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ , ନାଲ୍କୋର ଅଲ୍ଲିଅଳି ଝିଅ କାର୍ଯ୍ୟକ୍ରମରେ ୧୫୦ ଜଣକୁ ବାଳିକା ଶିକ୍ଷାରେ ସାମିଲ କରାଯିବା , କୋଶଳା ବାଳିକା ଉଚ୍ଚ ବିଦ୍ୟାଳୟରେ ପରିମଳ ବ୍ୟବସ୍ଥା ସହ ଅନ୍ୟାନ ଆନୁସଙ୍ଗିକ କାର୍ଯ୍ୟର ଉନ୍ନତି କରାଯିବା ଓ କୁଲାଡ ମଧ୍ୟ ଇଂରାଜି ବିଦ୍ୟାଳୟରେ ୮ଟି ଶ୍ରେଣୀ ଗୃହ ନିର୍ମାଣ ସହ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ କରାଯିବାକୁ ନେଇ ଜିଲ୍ଲାପାଳ ସମୀକ୍ଷା କରିଥିଲେ । ଏହାଛଡା ମୋ ସ୍କୁଲ ଅଭିଯାନରେ ପାରିପାର୍ଶିକ ଗ୍ରାମର ସ୍କୁଲଗୁଡିକୁ ସାମିଲ କରିବା , କୋଶଳା ସରସ୍ୱତି ବିଦ୍ୟା ମନ୍ଦିରର ପାଚେରି ଓ ଶ୍ରେଣୀ ଗୃହ ନିର୍ମାଣ ସହ ପାନୀୟ ଜଳ ଯୋଗାଣ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରାଯିବା , ଟେଣ୍ଟଲୋଇ ପଦ୍ମପୋଖରୀର ପୁନଃରୁଦ୍ଧାର କାର୍ଯ୍ୟକୁ ଜିଲ୍ଲାପାଳ ସମୀକ୍ଷା କରିଥିଲେ । ଏମ୍ ସି ଏଲ୍ ଦ୍ଵାରା ୨୦୨୧ – ୨୨ ଆର୍ଥିକ ବର୍ଷ ପାଇଁ ଛେଣ୍ଡିପଦାର ମାମୁରିଆ ସାହି ଓ ବାହାଲସାହିରେ ଜଳଯୋଗାଣ , ଟ୍ୟାଙ୍କର ମାଧ୍ୟମରେ ବିଭିନ୍ନ ପାରିପାର୍ଶିକ ଗ୍ରାମରେ ଜଳ ଯୋଗାଣ , ମହିଳା ମଣ୍ଡଳ ମାଧ୍ୟମରେ ମହିଳା ସଶକ୍ତିକରଣ , ସ୍ଵଛଭାରତ ପାଖୱାଡା କାର୍ଯ୍ୟକ୍ରମରେ ପରିମଳ , ହିଙ୍ଗୁଳା ଯାତ୍ରାର ଆୟୋଜନ , ତାଳଚେରର କନ୍ଧବେରେଣୀ ଆଶ୍ରମ ସ୍କୁଲର ମରାମତି ଓ ପରିଚାଳନା , ବୃକ୍ଷରୋପଣ , ରାସ୍ତା ଆଲୋକିକରଣ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଏମ୍ ସି ଏଲ୍ ର ବିଭିନ୍ନ ଖଣିର ପାରିପାର୍ଶିକ ଗ୍ରାମରେ କରାଯିବାକୁ ନେଇ ଜିଲ୍ଲାପାଳ ସମୀକ୍ଷା କରିଥିଲେ । ଏହାଛଡା ଏମ୍ ସି ଏଲ୍ ଅନୁଗୋଳ , ବଅଁରପାଳ , ଛେଣ୍ଡିପଦା , ତାଳଚେର , କଣିହାଁ ଆଦି ବ୍ଳକ୍ ଅଞ୍ଚଳରେ ଥିବା ପାରିପାର୍ଶିକ ଗ୍ରାମରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତିକୁ ନେଇ ଜିଲ୍ଲାପାଳ ସମୀକ୍ଷା କରିଥିଲେ । ଜେ ଏସ୍ ପି ଏଲ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ମଧ୍ୟରେ ଅନୁଗୋଳ ଓ ବଅଁରପାଳ ଅଞ୍ଚଳରେ କିଶୋରୀ ଏକ୍ସପ୍ରେସ୍ , ଆଦୃତା ଶିଶୁ ଗୃହ ଓ ପାଳଲହଡା ଠାରେ ଅନାଥ ପିଲା ମାନଙ୍କ ପାଇଁ ସ୍ନେହା କାର୍ଯ୍ୟକ୍ରମ , ଟ୍ରାକିଂ ପାର୍କ କରୁଥିବା ସ୍ଥାନ ଜେ ଏସ୍ ପି ଏଲର କ୍ୟାମ୍ପସ୍ ମଧ୍ୟରେ ଚକ୍ଷୁ ପରିକ୍ଷା ଶିବିର ଆୟୋଜନ କରିବା , ଛେଣ୍ଡିପଦା , ବଅଁରପାଳ , ଅନୁଗୋଳ ଓ ପାଳଲହଡା ବ୍ଳରେ ବିଭିନ୍ନ ସ୍ଵାସ୍ଥ୍ୟ ଭିତ୍ତିକ ପ୍ରକଳ୍ପ ଯଥା ରକ୍ତଦାନ ଶିବିର , ଏଚ୍ ଆଇ ଭି ଏଡସକୁ ନେଇ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ , ଅନୁଗୋଳ ଜିଲ୍ଲାରେ କୋଭିଡ – ୧୯ ସମୟରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ , ପାନୀୟ ଜଳ , ଶିକ୍ଷା , ପରିବେଶ ପ୍ରଦ୍ୟୁଷଣ ନିୟନ୍ତ୍ରଣ , କ୍ରୀଡା , ଗ୍ରାମୀଣ ସମ୍ବଳର ବିକାଶ ନିମନ୍ତେ ପଦକ୍ଷେପ ନିଆଯାଉଥିବା ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଏନ୍ ଟି ପି ସି ଦ୍ଵାରା ୪ଟି ପାରିପାର୍ଶିକ ଗ୍ରାମରେ ଶିକ୍ଷା , ସ୍ବାସ୍ଥ୍ୟ , ପାନୀୟ ଜଳ ଯୋଗାଣ ଓ ରାସ୍ତା ଆଲୋକିକରଣ ପ୍ରଭୃତି ବିଭିନ୍ନ କାର୍ଯ୍ୟକ୍ରମ ଚାଲୁରହିଛି । ପାୱାର ଗ୍ରୀଡ କର୍ପୋରେସନ ଦ୍ୱାରା ଶଙ୍ଖପୁର ଠାରେ କମ୍ୟୁନିଟ୍ ସେଣ୍ଟର ନିର୍ମାଣ , ରାଜବୋରି ସାହିର କମ୍ୟୁନିଟ୍ ସେଣ୍ଟରର ପୁନଃରୁଦ୍ଧାର , ରଙ୍କସିଂଘାର କଂକ୍ରିଟ ରାସ୍ତା ନିର୍ମାଣ , ଫୁଲପଡାର ଉଚ୍ଚ କ୍ଷମତା ସମ୍ପଣ୍ଡ ବିଦ୍ୟୁତ୍ ଟ୍ରାନ୍ସଫର୍ମର ବସାଇବା , ତାଳଦର ( କିଶୋରନଗର ) ଚେକ୍ ଡ୍ୟାମ ପ୍ରତିଷ୍ଠା , ବଣିଆ ଦୋହଲିର କମ୍ୟୁନିଟ୍ ସେଣ୍ଟରର ପୁନଃରୁଦ୍ଧାର , ଭେଜିଡିହି ଠାରେ ନୂତନ ପୋଖରୀ ଖନନ , ତାଳବାହାଲିଠାରେ କମ୍ୟୁନିଟ୍ ସେଣ୍ଟର ପ୍ରତିଷ୍ଠା , କଣିହାଁ ଠାରେ ଗାର୍ଡ ୱାଲ ନିର୍ମାଣ ଆଦି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରାଯାଇଥିଲା | ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ତ୍ର ) ଶ୍ରୀ ସନ୍ତୋଷ କୁମାର ପ୍ରଧାନ , ଭୁ – ଅର୍ଜନ ଅଧିକାରୀ ଶ୍ରୀ ରତନ କୁମାର ଆଚାର୍ଯ୍ୟ , ମନିଷା ଗୁପ୍ତା , ଶ୍ରୀ ସୁବ୍ରତ କୁମାର ବେହେରା , ନଇନୀ କୋଲ୍ ବ୍ଲକର ଉପଦେଷ୍ଟା ଧରଣୀଧର ନାଥ , ନାଲ୍କୋର ଡି ଜି ଏମ୍ ( ଏଚ୍ ଆର ଡି ) ଶ୍ରୀ ରାଜାରାମ ମିଶ୍ର , ଏନ୍ ଟି ପି ସିର ( ଏ ଜି ଏମ୍ ସି ଏସ୍ ଆର ) ରଫିକୁଲ ଇସଲାମ , ପାୱାର ଗ୍ରୀଡର ମୁଖ୍ୟ ପ୍ରବନ୍ଧକ ଦେବଦତ୍ତ ପାଢୀ , ଏମ୍ ସି ଏଲ ସହକାରୀ ପରିଚାଳକ ଜନ୍ ଅମିତ୍ ବୋଦ୍ରା , ଜେ ଏସପିଏଲ ( ସି ଏସ ଆର ) ଜି ଏମ୍ ପୁଷ୍ପଲତା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।



