ବିଦ୍ୟାଳୟ ମର୍ଜର କୁ ନେଇ ବିକ୍ଷୋଭ !

ଜେ ବି ଏନ, ୧୨/୦୨ /୨୦୨୧, (ରିପୋର୍ଟ, ବ୍ୟୁରୋ JRP), ଜଗତସିଂହପୁର : ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଚାନ୍ଦୁରା ପ୍ରାଥମିକ ବିଦ୍ୟାଳୟରେ ମାତ୍ର 17 ଜଣ ଛାତ୍ରଛାତ୍ରୀ ଥିବାରୁ ଉକ୍ତ ପ୍ରାଥମିକ ବିଦ୍ୟାଳୟ କୁ ପାଟେଣିଗାଁ ପ୍ରାଥମିକ ବିଦ୍ୟାଳୟ ସହିତ ମର୍ଜର ପାଇଁ ପ୍ରକାଶ ପାଇଛି ! ତେବେ ଚାନ୍ଦୁରା ପ୍ରାଥମିକ ବିଦ୍ୟାଳୟକୁ ପାଟେଣିଗାଁ ପ୍ରାଥମିକ ବିଦ୍ୟାଳୟ ସହିତ ନମିଣାଇବା ପାଇଁ ଚାନ୍ଦୁରା, ଖେରସ ପାଟଣା, ବେଲପୋଖରୀ ର ଗ୍ରାମବାସୀ ଓ ଛାତ୍ରଛାତ୍ରୀ ମାନେ ଚାନ୍ଦୁରା ପ୍ରାଥମିକ ବିଦ୍ୟାଳୟ ସମୁଖରେ ଆନ୍ଦୋଳନ କରିବା ସହିତ ବିଦ୍ୟାଳୟ ରେ ତାଲା ପକାଇବା ଆରମ୍ଭ କରିଥିଲେ ! ଏପରିକି ଗ୍ରାମବାସୀ ମାନେ ଦାବୀ କରିଛନ୍ତି ଯେ ଚାନ୍ଦୁରା ବିଦ୍ୟାଳୟକୁ ପାଟେଣିଗାଁ ବିଦ୍ୟାଳୟ 3 କିମି ଦୂରରେ ଅଛି ଓ ପୋଖରୀ ଏବଂ ସ୍ମଶାନ ଦେଇ ଯିବାକୁ ପଡୁଛି ! ତେଣୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଚାନ୍ଦୁରା ବିଦ୍ୟାଳୟ କୁ ମର୍ଜର ନ କରାଇବା ପାଇଁ ଦାବୀ କରିଛନ୍ତି l

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-2-scaled.jpg)

