ଭୁକ୍ତା ରେ ବ୍ଳକ ସ୍ତରୀୟ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ

ଜେ. ବି. ଏନ୍ (୧୨/୦୨ /୨୦୨୧), ରିପୋର୍ଟ, ବିନୋଦ କୁମାର ନାୟକ, ବରଗଡ଼ :ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଭୁକ୍ତା ମହାତ୍ମା ଗାନ୍ଧୀ ଡିଗ୍ରୀ କଲେଜ ଠାରେ ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଦୀର୍ଘ ଶାୟୀ କୀଟନାଶକ ଉପଚାର ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଅମ୍ବାଭୋନା ବ୍ଳକ ଅଧ୍ଯାକ୍ଷା ନୀଳକୁମାରୀ ନାୟକ ମୁଖ୍ଯଅତିଥି ଭାବେ ଯୋଗଦେଇ ମଶାରୀ ବଣ୍ଟନ ଶୁଭାରମ୍ଭ କରିଥିଲେ । ଭୁୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ବାସ୍ଥ୍ୟ ଅଧିକାରୀ ହିତାଂକ୍ଷୀ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅମ୍ବାଭୋନା ବ୍ଳକ ବିଡିଓ ଆଳଫାନ୍ସ ବିଲୁଙ୍ଗ,ତହସିଲଦାର ସିତାରାମ ଭୋଇ,ବରଗଡ ଜିଲ୍ଲା ର ସ୍ବାସ୍ଥ୍ୟ ବିଭାଗ ର ଏଡିପିଏଚ (ଭିିିଇଡି)
ସାଧୁଚରଣ ଦାସ, ଭିବିଡି ହେମସାଗର ସାହୁ,ବ୍ଳକ ଉପାଧ୍ଯକ୍ଷ ଠାକୁରରାମ ପଟେଲ,ବିଇଓ ଟେଲାଳ ଦୁବେ,ଜିଲ୍ଲା ପରିଷଦ ସାର ପଧାନ,ଭୁକ୍ତା ଡିଗ୍ରୀ କଲେଜ ଅଧ୍ଯାକ୍ଷା କଳ୍ପନା ମିଶ୍ର ପ୍ରମୁଖ ଯୋଗଦେଇ ମ୍ଯାଲେରିଆ ନିୟନ୍ତ୍ରଣ ପାଇଁ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତା ମଶାରୀ ସଂପର୍କରେ ଆଲୋଚନା କରି ସମସ୍ତ କୁ ସଚେତନ କରିଥିଲେ । ଏହି ଅବସରରେ ସାଉନ୍ତାମାଳ ଗ୍ରାମ ର ଆଶା କର୍ମୀ କ୍ଷିତେଶ୍ବରୀ ମାଝୀ,ଫିକ୍ରିଝରନ ଆଶା କର୍ମୀ କୁନ୍ତି ସାମ୍ରରଥ,ଚିଚୋଲି ଆଶା କର୍ମୀ ସୁଶିଳ ବିଶ୍ବାଳ ପ୍ରମୁଖ ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଟ୍ରଫି ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସଭା ପରିଚାଳନା ବିପିଏମ ଭରତ ଭୂଷଣ ପାତ୍ର,ଶେଷରେ ସୁଶିଳ କୁମାର ପ୍ରଧାନ ସମସ୍ତ କୁ ଧନ୍ଯବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡାକ୍ତର ବିକାଶ ଅଗ୍ରଔଳ,ବିପିଏମ ଭରତ ଭୂଷଣ ପାତ୍ର,ବିଏଏମ ଉମେଶ ଚନ୍ଦ୍ର ପ୍ରଧାନ,ପିଏଚଇଓ ଗୋବିନ୍ଦ ପ୍ରଧାନ,ବିଡିଏମ ମେଘନାଥ ପ୍ରଧାନ,ଭୂବେନ ସାହୁ ଦିନଦୟାଳ ପଟେଲ,ଦୁଃଖ ଶ୍ଯାମ ବେହେରା,କଲ୍ଯାଣୀ ପ୍ରଧାନ, ଏମ ଟି ଏସ ସୁଶିଳ ପ୍ରଧାନ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।



