ବ୍ରହ୍ମପୁର ରେ ମାସିକ ସାହିତ୍ୟ ପତ୍ରିକା ସାହିତ୍ୟ ସୁମିତ୍ର ଉନ୍ମୋଚିତ ହୋଇଯାଇଛି

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର ( ୧୬.୦୨.୨୦୨୧) -: ଆଜି ପବିତ୍ର ବସନ୍ତ ପଞ୍ଚମୀ ଶୁଭ ଅବସରରେ ବ୍ରହ୍ମପୁର ସହରରୁ ମାସିକ ସାହିତ୍ୟ ପତ୍ରିକା “ସାହିତ୍ୟ ସୁମିତ୍ର” ର ପ୍ରଥମଅର୍ଘ୍ୟ ପୁରୁଣା ବ୍ରହ୍ମପୁରସ୍ଥିତ ଶ୍ରୀବିବେକାନନ୍ଦ ବିଦ୍ୟାମନ୍ଦିର , ଲକ୍ଷ୍ମୀ ନୃସିଂହ ସାହି ଠାରେ ଉନ୍ମୋଚିତ ହୋଇଯାଇଛି । ଏଥିରେ ଅତିଥି ଭାବେ ସୁବକ୍ତା ବ୍ରହ୍ମପୁର ସାହିତ୍ୟ ପରିଷଦର ସଭାପତି ତଥା ‘ଓଡିଶା ସାହିତ୍ୟ ଏକାଡେମୀର’ ପ୍ରାକ୍ତନ ସଦସ୍ୟ ଶ୍ରୀ ସୁଶାନ୍ତ କୁମାର ଦାସ, ଶ୍ରୀ କପିଳ ଚନ୍ଦ୍ର ମହାନ୍ତି, ଶ୍ରୀ ପ୍ରଫୁଲ କୁମାର ତ୍ରିପାଠୀ, ଶ୍ରୀ ବି.ସତ୍ୟମ ଆଚାରୀ, ସୁଧାଞ୍ଜଳୀ ମିଶ୍ର ଭଉଣୀ, ଶ୍ରୀ ଅଜିତ ସାବତ,ଶ୍ରୀ ପ୍ରମୋଦ କୁମାର ପଣ୍ଡା, ଶ୍ରୀ ପ୍ରଦିପ୍ତ ଚନ୍ଦ୍ର ସିଂହ, ଶ୍ରୀମତୀ ଆର୍ ସୁନନ୍ଦା ଚୌଧୁରୀ , ଶ୍ରୀ ସୁଧୀର ସାଥୁଆ ସମେତ ଅନ୍ୟମାନେ ଯୋଗଦେଇଥିଲେ । ସାହିତ୍ୟ ସୁମିତ୍ର ମାସିକ ସାହିତ୍ୟ ପତ୍ରିକାର ସମ୍ପାଦକ ଶ୍ରୀ ମିହିର ରଞ୍ଜନ ତ୍ରିପାଠୀ ଏହି ସମାବେଶରେ ପତ୍ରିକାର ରୂପରେଖ ଦୃଷ୍ଟିକୋଣ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ଓ ସହ ସମ୍ପାଦକ ଶ୍ରୀ ସୁଧୀର କୁମାର ପଣ୍ଡା ପତ୍ରିକାର ପୃଷ୍ଠଭୂମି ବିଷୟରେ ଉପସ୍ଥିତ ଲେଖକ ଲେଖିକା ମାନଙ୍କ ନିମନ୍ତେ ଅବଗତ କରାଇଥିଲେ ।



