କାକଟପୁର ମା ମଙ୍ଗଳାଙ୍କ ମନ୍ଦିର ପରିସର ର ସମସ୍ୟା ସମାଧାନ ପାଇଁ ଦାବୀ


ଜେ ବି ଏନ, ୧୭/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର /ପ୍ରଦୀପ କୁମାର କାଣ୍ଡି), କାକଟପୁର : ରାଜ୍ୟରେ ସରକାର ବିଭିନ୍ନ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ କରୁଥିବା ବେଳେ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି l ଏହି ପରିପ୍ରେକ୍ଷୀରେ ଯାଜପୁର କାକଟପୁର ମଙ୍ଗଳା ମନ୍ଦିରର ଜବରଦଖଲ ଓ ପୁନରୁଦ୍ଧାର ପାଇଁ ସାଧାରଣରେ ଦାବି ହେଉଛି l ଏକ ଭିଡିଓ ଓ ଅଡିଓ ବାର୍ତ୍ତାର ସୂଚନା ମୁତାବକ ସେଠାରେ ଜବରଦଖଲ ଯୋଗୁ ମା ମଙ୍ଗଳାଙ୍କ ମନ୍ଦିର ଠାରେ ମୁଖ୍ୟତଃ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି l ତତ୍ ସହିତ ସେଠାରେ ବିଭିନ୍ନ ସ୍ଥାନରେ ମନ୍ଦିରରେ ଚଢାଉtଥିବା ଦୀପ ଗୁଡିକ ଅଳିଆ ଆବର୍ଜନା ପରି ପଡି ରହିଛି ଓ ମନ୍ଦିରର ସିଂହ ସେଥିରେ ପୋତି ହୋଇଯାଇଛି l ତେଣୁ ମନ୍ଦିରର ସୌନ୍ଦର୍ଯ୍ୟ ଓ ତାତ୍ୱିକ ପରିବେଶ ମଧ୍ଯ ହାନି ଘଟିଛି l ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମାନ୍ୟବର ୫ଟି ସଚିବ ଶ୍ରୀ ଭି. କେ ପାଣ୍ଡିଆନ୍, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଏଥିପାଇଁ ବିଭିନ୍ନ ମଠ ମନ୍ଦିରର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରୁଥିବା ବେଳେ ଏହି ମନ୍ଦିର ପ୍ରତି ଧ୍ୟାନ ଦେଇ ସମସ୍ୟା ଗୁଡ଼ିକର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି l ସେହିପରି ଉକ୍ତ ଅଞ୍ଚଳର ବିଧାୟକ ତଥା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା ଙ୍କୁ ମଧ୍ୟ ମନ୍ଦିରର ସମସ୍ୟା ସବୁ ଦୂର କରିବା ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି l



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-1-scaled.jpg)