ସାମୁହିକ ଔଷଧ ସେବନ ପ୍ରଶିକ୍ଷଣ

ଜେ. ବି. ଏନ୍ (୧୭/୦୨ /୨୦୨୧, ରିପୋର୍ଟ, ବିନୋଦ କୁମାର ନାୟକ), ବରଗଡ଼ :ବରଗଡ଼ ଜିଲ୍ଳା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଡୁଙ୍ଗୁରୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଚଳିତ ୨୫ତାରିଖ ହେବାକୁ ଯାଉଥିବା ସାମୁହିକ ଔଷଧ ସେବନ (ଏମଡିଏ) ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।କର୍ମଶାଳା ରେ ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଟେମରାମ ଦେହେରୀ ଯୋଗ ଦେଇ ଫାଇଲେରିଆ ରୋଗ ର ନିରାକରଣ ଓ ସାମୁହିକ ଔଷଧ ସେବନ କାର୍ଯ୍ଯକ୍ରମ ଉପରେ ପ୍ରଶିକ୍ଷଣ ଦେଇଥିଲେ । ଏଥିରେ ସ୍ଥାନୀୟ ଜନ ସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଗୋବିନ୍ଦ ପଧାନ ସାମୁହିକ ଔଷଧ ସେବନ ର ବିଭିନ୍ନ ଦିଗରେ ଆଳୋଚନା କରିଥିଲେ । ଏହି କର୍ମଶାଳା ସସ୍ମିତା ବେହେରା,ସ୍ବାସ୍ଥ୍ୟ କର୍ମୀ ମୀରା ବେହେରା ଓ ଆଶା ଅଙ୍ଗନ ଔଡି କର୍ମୀ ଯୋଗ ଦେଇଥିଲେ ।



