ପାଞ୍ଚ ଦିନିଆ ସ୍ବାସ୍ଥ୍ୟ ଆମ୍ବାସଡର ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜେ ବି ଏନ, ୧୭/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ପାଞ୍ଚ ଦିନିଆ ସ୍ବାସ୍ଥ୍ୟ ଆମ୍ବାସଡର ତାଲିମ୍ କାର୍ଯ୍ୟକ୍ରମ ଶ୍ରୀରାମ ଚନ୍ଦ୍ର ପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଫବ୍ରୁୟାରୀ ମାସ ସତର ତାରିଖ ଠାରୁ ଆରମ୍ଭ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମ କୁ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିହର ସାହୁ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ଶିକ୍ଷା ସହିତ ସ୍ବାସ୍ଥ୍ୟ ଜଡ଼ିତ ଥିବା ରୁ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଏହି ତାଲିମର ଆବଶ୍ୟକତା ଥିବାରୁ , ଏହାକୁ ବିଦ୍ୟାଳୟ ସ୍ତରରେ ପହଞ୍ଚାଇ ପାରିବା ପାଇଁ ସହଯୋଗ କାମନା କରିଥିଲେ। ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଜ୍ୟୋତି ର୍ମୟୀ ନାଥ ତାଲିମ୍ କାର୍ଯ୍ୟକ୍ରମ କୁ ତଦାରଖ କରି, ବିଦ୍ୟାଳୟ ସ୍ତରରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଥିଲେ। ଶ୍ରୀରାମ ଚନ୍ଦ୍ର ପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ବି,ପି,ଏମ୍ ପ୍ରିୟ ଦର୍ଶିନୀ ସାହୁ ଏହାକୁ ପରିଚାଳନା କରିଥିଲାବେଳେ ଡାକ୍ତର ମିହିର ପାଣିଗ୍ରାହୀ, ଶିକ୍ଷକ ବିଶ୍ବନାଥ ମାଝୀ,ଓ ସଞ୍ଜୟ କୁମାର ପରିଡ଼ା ସାଧନ କର୍ମୀ ରୂପେ ତାଲିକା ପ୍ରଦାନ କରିଥିଲେ।
ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ର ଶିକ୍ଷକ ବିମଳ କିଶୋର ବିହାରୀ, ଅଜିତ କୁମାର ରାଉତ, ଶିକ୍ଷୟିତ୍ରୀ ଚଞ୍ଚଳା କୂମାରୀ ସାହୁ ହିରଣ୍ଯମୟୀ ପଣ୍ଡା ସର୍ମିଷ୍ଠା ବେହେରା ସସ୍ମିତା ମହାନ୍ତି ଓ ମଧୁମିତା ପ୍ରଧାନ ସହଯୋଗ କରିଥିଲେ।



