ଆଜି ଅନୁଗୋଳ ଜିଲ୍ଲାରୁ ୩ୟ ଥର ପାଇଁ କେହି କରୋନା ପଜିଟିଭ ଚିହ୍ନଟ ହୋଇନାହାନ୍ତି – ସୁସ୍ଥ ହେଲେ ୨ ଜଣ । ପଜିଟିଭ ସଂଖ୍ୟା ୧୨୩୩୪ ରେ ସିମୀତ

ଜେ ବି ଏନ, ୧୮/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ଆଜି ଅନୁଗୋଳ ଜିଲ୍ଲାରୁ ୩ୟ ଥର ପାଇଁ କେହି କରୋନା ପଜିଟିଭ ବାହାରି ନଥିବାର ସୂଚନା ମିଳିଛି । ପଜିଟିଭ ସଂଖ୍ୟା ୧୨୩୩୪ ରେ ରହିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ଆଜି ( ସ୍ୱାବ ନମୁନା ଦେଇଥିବା ବ୍ୟକ୍ତି ) କେହି ଆକ୍ରାନ୍ତ ଚିହ୍ନଟ ହୋଇ ନଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ୨୩୫ ରେ ରହିଛି । ଆଜି ଅନୁଗୋଳ ଜିଲ୍ଲାରୁ ସୁସ୍ଥ ହୋଇଥିବା ୨ ଜଣ ଯାକ ହୋମ Isolation ରେ ଥିବାର ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି ।



