ପୋଲିସ ଦୁର୍ବ୍ୟବହାର ବିରୁଦ୍ଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ

ଜେ ବି ଏନ, ୨୬/୦୨ /୨୦୨୧, (ରିପୋର୍ଟ, ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ) ବୌଦ୍ଧ: ବୌଦ୍ଧ ଜିଲ୍ଲାର ଆଜି ସନ୍ଦ୍ୟା ୭.୩୦ ସମୟରେ କିଆ କଟା ଛକରେ ବୌଦ୍ଧ ପୋଲିସ ହେଲମେଟ ଯାଞ ପକ୍ରିୟା କରୁଥିବା ସମୟରେ ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରି ପାଖରୁ ଏକ ହଜାର ଟଙ୍କା ପାଇନ କରି ତାଙ୍କୁଆସାଲିନ ବ୍ୟବହାର କରି ଗଣମାଧ୍ୟମର ପ୍ରତିନିଧି ସୁଦାମ ଚରଣ ସାହୁ ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରି ଜଣାଇଛନ୍ତି ତାଙ୍କ କହିବା ଅନୁସାରେ କୌଣସିକାମ ପାଇଁ ତାଙ୍କ ପରିବାର ସହିତ ବାରକ ରେ ଯାଉଥିଲେ ହେଲମେଟ ନ ଥିବାରୁ ପୋଲିସ ତାଙ୍କୁ ଫାଇନ କଲା ଓ ଦୁର୍ବ୍ୟବହାର କରିଥିବା କଥା ଶ୍ରୀ ଧରୁଆ ସାର କହିଛନ୍ତି ଏଠାରେ ପ୍ରଶ୍ନ ଉଠ୍ଠଚିଯେ, ଜଣେ ସରକାରୀକାର୍ଯ୍ୟରତ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରି ଏବଂ ଆସିଷ୍ଟାଣ୍ଡ ସବ୍ କଲେକ୍ଟର ବୋଲି ପରିଚୟ ଦେଲାପରେବି ବୌଦ୍ଧ ପୋଲିସ ର ଏପ୍ରକାର ବ୍ୟବହାରକୁ ଅତି ନିନ୍ଦନୀୟ ବୋଲି ଅନେକ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଏ ଖବର ନେଇ ବୌଦ୍ଧଥାନା ଅଧିକାରୀ ତପସ୍ଵୀନୀଙ୍କୁ ଯୋଗାଯୋଗ କରିବାରୁ ଚେକିଙ୍ଗ ଚାଲିଥିଲା ବୋଲି କହି ଫୋନ କଲ କାଟି ଦେଇଥିଲେ । ଏଣୁ ପରିବାର ଆଗରେ ଶ୍ରୀ ଧରୁଆ ଙ୍କୁ ଯେଉଁ ପ୍ରକାର ବ୍ୟବହାର ପୋଲିସ କଲା ତୁରନ୍ତ ତାଙ୍କ ଉପରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁ ଷ୍ଟାନ ନେବାପାଇ ସେ ଦାବୀ କରିଛନ୍ତି l



