ବରିଷ୍ଟ କଂଗ୍ରେସ ନେତା ବଂଶୀଧର ପ୍ରଧାନଙ୍କ ଶୋକସଭା

(ଜେ ବି ଏନ /ସୁଶିଲ କୁମାର) ୦୨/୦୩/୨୦୨୧ ଅନୁଗୋଳ : ଭୁବନେଶ୍ଵର ସ୍ଥିତ ଏକ ଘରୋଇ ଡକ୍ଟର ଖାନାରେ ତାଙ୍କର ଦେହାନ୍ତ ହୋଇଥିଲା। ୨୬ ତାରିଖରେ ତାଙ୍କର ମୃତ ଶରୀର କୁ ଅନୁଗୁଳ ସ୍ଥିତ ବାସ ଭବନ କୁ ଅଣାଯାଇଥିଲା। ସେଠାରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ, ଅନୁଗୁଳ ଅଣାଯାଇ ବିଶାଳ ଶୋଭା ଯାତ୍ରା ତାଙ୍କର ଜନ୍ମ ଭୂମି, ତଥା ପୈତୃକ ବାସ ଭବନ କୁ ବିରାଟ ଶୋଭାଯାତ୍ରାରେ ନିଆ ଯାଇଥିଲା। ଏବଂ ଆଦ୍ୟ ତା. ୦୨/୦୩/୨୦୨୧ ରିଖ ଦିନ ଦିବା ୧୨ ଘଟିକା ସମୟରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ଶ୍ରୀଯୁକ୍ତ ବିପ୍ଳବ ଜେନାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ପୂର୍ବତନ ରାଜ୍ୟ ମହିଳା କଂଗ୍ରେସ ସଭା ନେତ୍ରୀ ସସ୍ମିତା ବେହେରା ଓ ବିଶି ସେଲ ସଭାପତି ଜିତେନ୍ଦ୍ର ସାହୁ, ଜିଲ୍ଲା ଆଇନ ସେଲ ର ସଭାପତି ଧର୍ମେନ୍ଦ୍ର ମିଶ୍ର ଜିଲ୍ଲା ଅନୁସୂଚିତ ଜାତି ସଭାପତି ଶ୍ରୀ ସ୍ଵପ୍ନେଶ୍ଵର ନାୟକ ଅନୁଗୁଳ ବ୍ଲକ ସଭାପତି ଅମୂଳ୍ୟ ବେହେରା, ଆଇନ ଯିବି ଚିତ୍ତରଞ୍ଜନ,ମୋହନ ସାହୁ, ବିମଲ ପ୍ରଧାନ, ସୁରେଶ ପ୍ରଧାନ, ଯତୀନ୍ଦ୍ର ପ୍ରଧାନ, ଗିରୀଶ ପ୍ରଧାନ, ବଲବୀର ସିଂହ, ସତ୍ୟାନନ୍ଦ ସାହୁ, ହେମନ୍ତ ମହାଲିକ୍, ନିରଞ୍ଜନ କର, ରାକେଶ ମିଶ୍ର, ଅନୁଗୁଳ ପୂର୍ବତନ ନାଗପାଲ ସୁକାନ୍ତି ଦାସ, ତପନ ପ୍ରଧାନ, ବିଧାୟକ୍ ସନ୍ତୋଷ ପ୍ରଧାନ, ଅମ୍ବିକା ଭଟ୍ଟ ସମସ୍ତେ ଉପସ୍ଥିତ ଥିଲେ।




