ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ଶରତ ଚନ୍ଦ୍ର ବାରିକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉଛବ ଅନୁଷ୍ଠିତ

ଜେ ବି ଏନ, ୦୨/୦୩/୨୦୨୧, (ରିପୋର୍ଟ, ଜ୍ୟୋତି ରଞ୍ଜନ ପରିଡା), ଜଗତସିଂହପୁର : ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ଓଡିଶୋ ପଞ୍ଚାୟତ ସ୍ଥିତ କୂତମଚଣ୍ଡୀ ବିଦ୍ୟାପୀଠ ପରିସରରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କୃତି ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବାରିକ ଓ ସହକାରୀ ଶିକ୍ଷକ ବସନ୍ତ କୁମାର ଲେଙ୍କା ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉଛବ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି !ଏହି ଉଛବ ରେ ମୁଖ୍ୟଅତିଧି ଜ଼ିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ସଂମ୍ମାନିତ ଅତିଥିଭାବେ ଜ଼ିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା ! DPC. ସପନ କୁମାର ଜେନା ! BEO. ଗଣେଶ୍ୱର ସେଠି, ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥି ଯୋଗଦେଇ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ବାରିକ ଓ ବସନ୍ତ କୁମାର ଲେଙ୍କା ଙ୍କ ନୀତି ଆଦର୍ଶ ରେ ଆଜିର ଛାତ୍ର ଛାତ୍ରୀ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ !ଏହି ଅବସରରେ କୃତି ଶିକ୍ଷକ ଓ ମଂଚାସୀନ ଅତିଥିମାନଙ୍କୁ ପୁରାତନ ଛାତ୍ର ସାଂସଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ! ଏହି ସମ୍ବର୍ଦ୍ଧନା ସଭା ରେ ହଜାର ହଜାର ଛାତ୍ର ଛାତ୍ରୀ, ଅଭିଭାବକ ଯୋଗଦେଇଥିଲେ l





