କଳିଙ୍ଗ ଭାରତୀ ବିଦ୍ୟା ବିସ୍ତାର ସମିତି, ଓଡିଶା ପକ୍ଷରୁ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବାକୁ ଯାଉଛି

ଜେ. ବି. ଏନ୍ (୦୨/୦୩ /୨୦୨୧), ରିପୋର୍ଟ ପ୍ରଦୀପ କୁମାର କାଣ୍ଡି), କଟକ : ଆସନ୍ତl ତା ୧୨/୦୩/୨୦୨୧ ରିଖ ଠାରୁ ତା ୧୪/୦୩/୨୦୨୧ ରିଖ ପର୍ଯ୍ୟନ୍ତ କଳିଙ୍ଗ ଭାରତୀ ବିଦ୍ୟା ବିସ୍ତାର ସମିତି ଓଡିଶା ଆନୁକୁଲ୍ୟରେ “ଶିକ୍ଷକ ପ୍ରଶିକ୍ଷଣ ଶିବିର ” ଅନୁଷ୍ଠିତ କରାଯାଉଅଛି l ଏହି ପ୍ରଶିକ୍ଷଣ ଶିବିର ରେ କଳିଙ୍ଗ ଭାରତୀ ଶିଶୁ ବିଦ୍ୟା ମନ୍ଦିର ନାମ ରେ ଓଡିଶା ରେ ଚାଲୁଥିବା ପ୍ରାୟ ୫୦ ରୁ ଅଧିକ ବିଦ୍ୟାଳୟ ସାମିଲ୍ ହେବା ନେଇ ସୂଚନା ମିଳିଛି। ଏହି ଅନୁଷ୍ଠାନ କେବଳ ଶିକ୍ଷା ରେ ସୀମିତ ନୁହଁନ୍ତି l ଏହି ଅନୁଷ୍ଠାନ ଶିକ୍ଷା ସହିତ ସ୍ୱାସ୍ଥ୍ୟ, ସେବା ଦେବା ରେ ଓଡିଶା ର ପ୍ରତୀ ଜିଲ୍ଲା ଓ ପୁର ପଲ୍ଲୀରେ ସୁପରିଚିତ l ବନ୍ୟା, ବାତ୍ୟା , ମରୁଡି, ପ୍ରାକୃତିକ ଦୁର୍ବିପାକ ଭଳି ତଥା ଖରା ଦିନେ ତୃଷ୍ଣା ହାରି ମାନଙ୍କୁ ଜଳ ଦାନ , ରେଲୱେ , ବସ ଷ୍ଟାଣ୍ଡ ରେ ଅସହାୟ ଲୋକ ଙ୍କ ସେବା ଠାରୁ ଆରମ୍ଭ କରି ୧୪ ବର୍ଷ ରୁ କମ ଶିଶୁ ଙ୍କୁ ଅସୁବିଧାରେ ଦେଖିଲେ ମାଗଣା ଶିକ୍ଷା ପ୍ରଦାନ, ୬୦ ବର୍ଷ ରୁ ଉର୍ଦ୍ଧ ବୃଦ୍ଧଙ୍କୁ ମଧ୍ୟ ଅସୁବିଧାରେ ସାହାଯ୍ୟ କରିବା ମୂଳ ଲକ୍ଷ୍ୟ ହେଉଛି। ଏହି ଅନୁଷ୍ଠାନର, କଳିଙ୍ଗ ଭାରତୀ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷକ ମାନେ ନିଜକୁ କଳିଙ୍ଗ ମାଟି ତଥା ଭାରତ୍ ମାତl ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି l ଏହି ଅନୁଷ୍ଠାନ ଟି କଳିଙ୍ଗରୁ ଭାରତ୍ ପର୍ଯ୍ୟନ୍ତ ବିସ୍ତାର ନିମନ୍ତେ କଳିଙ୍ଗ ଭାରତୀ ବିଦ୍ୟା ବିସ୍ତାର ସମିତି ଗଠନ କରା ଯାଇ ଅଛି । କିଭଳି ଏହି ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଆହୁରି ଭଲ ପାଠ ପଢି ସୁନାମ ଅର୍ଜନ କରିବେ ତା ପାଇଁ ଏଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ କରାଯାଉଅଛି। ଯେପରି ସେମାନେ ଏଇ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କୁ ଭଲ ଶିକ୍ଷା ଦେଇ ପାରିବେ । ସର୍ବପରି ଏଇ ଅନୁଷ୍ଠାନରେ ଓଡିଶାବାସି ତାଙ୍କ ଶିଶୁ ମାନଙ୍କୁ ଉତ୍ତମ ଶିକ୍ଷା ଓ ଭଲ ଭବିଷ୍ୟତ ନିମନ୍ତେ ପାଠ ପଢ଼େଇ ବାକୁ ଅନୁରୋଧ କରାଯାଇଛି।



