ବିର୍ସାମୁଣ୍ତା ଯୁବକ ସଂଘ ଭଲିବଲ ଟୁର୍ଣ୍ଣାମେଣ୍ଟ

ଦ୍ବାରୀ ଦଳ କୁ ପରାସ୍ତ କରି କପାସିରା ଚମ୍ପିୟାନ
ଜେ. ବି. ଏନ୍ (୦୨/୦୩ /୨୦୨୧, ରିପୋର୍ଟ, ବିନୋଦ କୁମାର ନାୟକ), ଅମ୍ବାଭୋନା :ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଭୌନାତୋରା ଗ୍ରାମପଞ୍ଚାୟତ ଚିଖିଲି ଗ୍ରାମ ରେ ବିର୍ସାମୁଣ୍ତା ଯୁବକ ସଂଘ ଆନୁକୂଲ୍ୟରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲରେ ଖେଳ ରେ ଦ୍ବାରୀ ଦଳ କୁ ପରାସ୍ତ କରି କପାସିରା ଚମ୍ପିୟାନ ହୋଇଥିଲେ । ଉଦଯାପନୀ ଦିବସ ରେ ଶ୍ରମ ଓ ଗ୍ରାମ୍ଯ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳ କୁ ଟ୍ରଫି ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଭୌନାତୋରା ଗ୍ରାମପଞ୍ଚାୟତ ସରପଞ୍ଚ ଗୌତମ ଦେହେରୀ,ସମିତି ସଭ୍ୟ ରବି ଶଙ୍କର ପ୍ରଧାନ,ବ୍ଳକ ଉପାଧ୍ଯକ୍ଷ ଠାକୁରରାମ ପଟେଲ,ତିଳକ ବୁଧିଆ,ପୂର୍ଣ୍ଣାନନ୍ଦ ବଢେଇ, ପ୍ରମୋଦ ପାତ୍ର ପ୍ରମୁଖ ଯୋଗଦେଇ ଥିଲେ । ଖେଳପରିଚାଳନା ଯାଦବ ଛତର ମାଧବ ପ୍ରଧାନ ସ୍କୋର ହୃଶିକେଶ,ନରେଶ,ନେପାଳ,ଅଶ୍ବନୀ, ରଞ୍ଜନ ବୈଗା ,ଧାରାବିବରଣୀ ଗୋପବନ୍ଧୁ ବୈଗା । ଚିଖିଲି ବିର୍ସାମୁଣ୍ତା ଯୁବକ ସଂଘ ସଭ୍ୟ ମିଳିତ ସହଯୋଗରେ ବିଶ୍ବମ୍ବର,ହେମସାଗର,ଜୟନାରାୟଣ,ସମାରୁ,ପ୍ରେମାନନ୍ଦ,ବନରାମ,ଗୌରାଙ୍ଗ ବନ୍ଦ୍ରି,ରଂଜନ,ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।



