ଗୋଲାମୁଣ୍ଡା,ଜଣେ ଝିଅକୁ ସାହାଯ୍ୟ କରୁଥିବା ସମୟରେ ସାମ୍ବାଦିକଙ୍କୁ ଆକ୍ରମଣ

ଜେ ବି ଏନ, ୦୩/୦୩ /୨୦୨୧, (ରିପୋର୍ଟ, ମହେନ୍ଦ୍ର ଦାସ), ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଧୀନରେ ଥିବା ଦଶପୁର ଫାଣ୍ଡି ଅନ୍ତର୍ଗତ ଫୁଣ୍ଡା ପଞ୍ଚାୟତ ଡୁକରିପଡ଼ା ଗ୍ରାମର ଝିଅ ବବଳି ମହାନନ୍ଦ(20)ସନ୍ଧ୍ୟା ୭ଟା ସମୟରେ ତାଙ୍କ ଭାଇଙ୍କ ସହ ନିଜ ଆତ୍ମୀୟଙ୍କୁ ଫୋନଯୋଗେ କଥା ହେଉଥିବା ସମୟରେ ସେହି ଗ୍ରାମର ରଞ୍ଜନ ପ୍ରଧାନ ନାମକ ବ୍ୟକ୍ତି କବାଟ ଭାଙ୍ଗି ଝିଅକୁ ଜୋର ଜବରଦସ୍ତ କରୁଥିଲା ଝିଅର ପିନ୍ଧିଥିବା କପଡା ଚିରି ହୋଇଥିବା ଅବସ୍ଥାରେ ପଦାକୁ ବାହାରିଆସି ପଡୋଶୀଙ୍କୁ ଡାକିବାରୁ ସମସ୍ତ ଲୋକେ ଜମାହେଲା ପରେ ରଞ୍ଜନ ପ୍ରଧାନ ପଳାୟନ କରିଥିଲେ ! ତାପରେ ଝିଅର ଭେଣେଇ ତ୍ରିଲୋକ୍ୟ ବେସ୍ରl jne ଓଡ଼ିଆ ସାମ୍ବାଦିକ ପହଞ୍ଚି ଥିଲେ ! ସେ ଝିଅ ଓ ଝିଅରଭାଇକୁ ଧରି ଦଶପୁର ଫାଣ୍ଡିରେ ଅଭିଯୋଗ କରିବାପାଇଁ ଯାଉଥିବା ସମୟରେ ବାଟରେ ରଞ୍ଜନ ପ୍ରଧାନ ଓ ସନ୍ତୋଷ ପ୍ରଧାନ ଗାଡିକୁ ଅଟକାଇ ସାମ୍ୱାଦିକ ତ୍ରିଲୋକ୍ୟ ବେସ୍ରlଙ୍କୁ ମାଡ଼ମାରି ତାଙ୍କର ଗୋଟିଏ ହାତ ଭାଙ୍ଗି ଦେଇଥିଲେ ! ତଥାପି ସେ ଖାତିର ନ କରି ଥାନାରେ ପହଞ୍ଚି ଅଭିଯୋଗ ଦେଇଥିଲେ ! ଦଶପୁର ଫାଣ୍ଡି ପୋଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିର୍ଦେଶ କ୍ରମେ ତୁରନ୍ତ ଆସାମୀ ୨ ଜଣଙ୍କୁ ଆଣି ଥାନାରେ ଅଟକ ରଖିଥିଲେ ! ପରେ ଆଜି ସଖାଳେ ୯ ଟା ସମୟରେ ସେହି ୨ ଜଣା ଅସମୀଙ୍କୁ 22/21 ଧାରା ଅନୁଯାଇ ଧର୍ମଗଡ଼ କୋର୍ଟ ଚାଲାଣ କରିଥିବା ଦଶପୁର ଏସ ଆଇ ଚନ୍ଦ୍ରହାସ୍ୟ ସାହୁ ଠାରୁ ଜଣାପଡିଛି ! ଜଣେ ଝିଅ, ଜଣେ ଓଡ଼ିଆ ସାମ୍ବାଦିକ ତ୍ରିଲୋକ୍ୟ ବେସ୍ରl ଓ ଅଞ୍ଚଳର ସମାଜସେଵୀ ଭାଗ୍ୟବାନ ବାଗ ଗଣମାଧ୍ୟମ ଆଗରେ କଣ କହୁଛନ୍ତି ଆସନ୍ତୁ ଶୁଣିବା l



