ବାଲୁଗାଁରେ ଏନ୍ ଏ ସି ବିଜେଡି ତରଫରୁ ବିଜୁବାବୁଙ୍କ105ତମ ଜୟନ୍ତୀ ପାଳନ
—
————————————-
ଜେ. ବି. ଏନ,5/3/21(ରିପୋର୍ଟ, ବ୍ୟୁରୋ )ଖୋର୍ଦ୍ଧା :ଆଜି ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୫ତମ ଜୟନ୍ତୀ। ଏହି ଅବସରରେ ବାଲୁଗାଁସ୍ଥ ବିଜେଡି କାର୍ଯ୍ୟାଳୟଠାରେ ବାଲୁଗାଁ ଏନ୍ଏସି ବିଜେଡି କର୍ମୀ ଙ୍କ ତରଫରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀକୁ ମହା ସମାରୋହ ସହକାରେ ପାଳନ କରା ଯାଇଅଛି। ଉକ୍ତ ଉତ୍ସବରେ ଏନ୍ ଏ ସିର ୨୦୦ରୁ ଊର୍ଦ୍ଧ୍ବ କର୍ମୀ ଓ ମହିଳା ନେତ୍ରୀ ଯୋଗ ଦେଇ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପାର୍ପଣ କରିବା ସହ ତାଙ୍କର ଗୁଣ ଗାନ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଚିଲିକାର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରଘୁନାଥ ସାହୁ ଯୋଗ ଦେଇ ଫଟୋଚିତ୍ରରେ ଦୀପ ଦାନ କରିବା ସହିତ ମାଲ୍ୟାର୍ପଣ କରିଥିଲେ।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସାହୁ ନିଜ ଉଦବୋଧନରେ ବିଜୁବାବୁଙ୍କର ଓଡିଶା ପ୍ରତି ଥିବା ମହାନ ଅବଦାନ ସମ୍ବନ୍ଧରେ ବିସ୍ତୃତ ଭାବରେ ବର୍ଣ୍ଣନା କରିବା ସହିତ ତାଙ୍କର ଅପୂରଣୀୟ କାର୍ଯ୍ୟ ଗୁଡିକୁ ପୂରଣ କରିବାକୁ ନେତୃତ୍ୱ ନେଇଥିବା ଓଡିଶାର ଅପ୍ରତିଦ୍ବନ୍ଦୀ ନେତା ତଥା ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ସମସ୍ତେ ମିଳିତ ସହଯୋଗ କରିବାକୁ
ନିବେଦନ କରିଥିଲେ। ବିଜେଡିକୁ ପୂର୍ବପରି ଏଠାରେ ତୃଣମୂଳ ସ୍ତରରୁ ସୁଦୃଢ ରଖିବାକୁ ସେ ଉପସ୍ଥିତ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ।
————–



