ବିଜୁ ବାବୁଙ୍କ ଜନ୍ମତିଥି କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ମୁକେଶ ପାଲ


( ଜାଗ୍ରତ ଭାରତ ନିୟୂଜ୍, ୦୫/୦୩ /୨୦୨୧, ରିପୋର୍ଟ୍ ସୌମ୍ୟରଞ୍ଜନ ଶତପଥୀ), କଣିହାଁ :
ପ୍ରବାଦ ପୁରଷ ବିଜୁ ପଟ୍ଟାୟକଙ୍କ ୧୦୫ ତମ ଜନ୍ମ ଦିନ ରେ ଯୋଗ ଦେଲେ ବିଧାୟକ ଶ୍ରୀ ମୁକେଶ୍ ପାଳ ମହୋଦୟ।
ଆଜି ଖମାର ଠାରେ ପଂଚାୟତରାଜ ଦିବସ ପାଳିତ ହୋଇଛି। ଏଥିରେ ବି.ଜେ. ଡି ର ବହୁ କାର୍ଯ୍ୟକର୍ତ୍ତା ତଥା ନେତା ମାନେ ଯୋଗ ଦେଇଥିଲେ। ଉତ୍ସବରେ ବହୁ ଲୋକ ଯୋଗ ଦେବା ସହ ରାସ୍ତାରେ ବାଜା , ବାଣ ସହ ରାଲି ହୋଇଥିଲା। ଏଥିରେ ଆମ ପ୍ରିୟ ପାଲଲହଡ଼ା ତା ବିଧାୟକ ଶ୍ରୀ ମୁକେଶ ପାଲ୍ ମୁଖ୍ୟ ଅତିଥିଭାବେ ନିମନ୍ତ୍ରିତ ହୋଇ ଥିଲେ ଏବଂ ଫୁଲମାଳ ସହ ପୁଷ୍ପଗୁଚ୍ଛ ସହ ସମ୍ବର୍ଧନା କରିଥିଲେ। ସମାଜ ର ମଙ୍ଗଳ ତଥା ଉନ୍ନିକରଣ ଉପରେ ଏକ ଆଲୋଚନା ମଧ୍ୟ ହୋଇଥିଲା।




