ନାଲକୋ ଏଫସିଆଇ ଛକ ଠାରୁ ଟାଉନସିପି ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ

ଜେ ବି ଏନ, ରିପୋର୍ଟ, ମଦନ ସାହୁ, ୦୯.୦୩.୨୦୨୧, ଅନୁଗୋଳ : ନାଲକୋ ରେ ଆଜି ସକାଳୁ (୧୦ ଘ)ଅନୁଗୋଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ନାଲକୋ ଏଫସିଆଇ ଛକ ଠାରୁ ୫୫ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଥିବା ଦୋକାନ ଘର, ଚାଳିଆ ଘର, ଉଠା ଦୋକାନ ଭଙ୍ଗା ଯାଇଥିବା ସହ ହଟା ଯାଇଛି । ରାଜସ୍ୱ ନିରୀକ୍ଷକ ଜବର ଦଖଲ ଚିହ୍ନଟ କରୁଥିବା ବେଳେ ତଦ୍ଵାନୁଯାୟୀ ଜେସିବି ମାଧ୍ୟମରେ ଜବରଦଖଲ ହଟାଯାଇଥିଲା । ଗଣ୍ଡଗୋଳର ଆଶଙ୍କା ଦୃଷ୍ଟିରୁ ରଖି ନାଲକୋ ପୋଲିସ ଫୋର୍ସ ମୁତୟନ ଥିଲେ । ବଅଁରପାଳ ତହସିଲଦାର ଜିତେନ୍ଦ୍ର କୁମାର ସାହୁ ଉପସ୍ଥିତ ଥିଲେ । ସୂଚନା ମୁତାବକ ଦୁର୍ଘଟଣା ପ୍ରବଣ ସ୍ଥାନ ହିସାବରେ ୫୫ନମ୍ବର ଜାତୀୟ ରାଜପଥ ଏଫସିଆଇ ଛକ ଠାରୁ ଟାଉନସିପି ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଲୋକ ପ୍ରାଣ ହରାଇଛନ୍ତି। ଯାହାକୁ ନେଇ ଜିଲ୍ଲାପାଳ ଏହାର ଆଶୁ ସମାଧାନ ନିମନ୍ତେ ଏକ ବୈଠକ କରି ବିଭାଗୀୟ ଅଧିକାରୀଙ୍କୁ ତାଗିତ କରିଥିଲେ । ଆଜି ଜବର ଦଖଲ ପ୍ରକ୍ରିୟା କରାଯାଇଥିଲା ।



