ନାଲକୋ ମନ୍ଦିରରେ ପ୍ରତିବନ୍ଧକ ସହିତ ଶିବ ରାତ୍ରି ପାଳନ କରାଯିବ

ଜେ ବି ଏନ, ରିପୋର୍ଟ, ମଦନ ସାହୁ, ୧୦/୦୩/୨୦୨୧:: କୋଭିଡି୧୯ମହାମାରୀକୁ ଦୃଷ୍ଟିରେ ରଖି ନାଲକୋ ମନ୍ଦିରରେ ପ୍ରତିବନ୍ଧକ ସହିତ ଶିବ ରାତ୍ରି ପାଳନ କରାଯିବ ଭାକ୍ତ ମାନେ କେବଳ ମଧ୍ୟାହ୍ନ ୧୨:୩୦ମି ପର୍ଯ୍ୟନ୍ତ ଦର୍ଶନ କରିପାରିବେ।କେବଳ ପୂଜକ ଓ ସହଯୋଗୀ ସେବାୟତଙ୍କ ଦ୍ୱାରା ସନ୍ଧ୍ୟା ସମୟରେ ପୂଜା ନୀତି ସମାପନ ହେବ।ସାଧାରଣ ଜନତା ଓ ଭକ୍ତମାନଙ୍କୁ ଦିନ ୨:ଟା ପରେ ଭିତରକୁ ଯିବା ପାଇଁ ବାରଣ କରାଯାଇଛି।ରାତି ୯:୦୦ଟା ପର୍ଯ୍ୟନ୍ତ ଆଗ୍ରହୀ ଭକ୍ତ ମାନଙ୍କୁ ରଥ ନିର୍ମାଣସ୍ଥାନରେ ବ୍ୟକ୍ତିଗତ ଦ୍ୱୀପ ରଖିବାପାଇଁ କିମ୍ବା ପାଖରେ ରଖାଯାଇଥିବା ସର୍ବସାଧାରଣ ଦ୍ୱୀପ ରେ ଘିଅ ଢାଳିବା ପାଇଁ ଅନୁରୋଧ କରାଯାଇଛି।ଭକ୍ତମାନଙ୍କ ନିକଟରୁ ରାତି ୯:୦୦ଟା ପର୍ଯ୍ୟନ୍ତ ଶ୍ରୀ ବିଶେଶ୍ୱରଙ୍କ ମହା ଦ୍ୱୀପ ନିମନ୍ତେ ଘିଅ ଗ୍ରହଣ କରାଯିବା।କେବଳ ମୁଁହ ଖୋଲାଯାଇନଥିବା ଓମ୍ଫେଡ଼ ପତଞ୍ଜଳି ଓ ବ୍ରିଟାନିଆ ଘିଅ ଗ୍ରହଣ କରାଯିବା।ସ୍ଥାନୀୟ କେବୁଲ ଟିଭି ୧୦ନଂ ଚାନେଲରେ ଭଗବାନ ଶ୍ରୀ ବିଶେଶ୍ୱରଙ୍କ ଦର୍ଶନ ପାଇଁ ସନ୍ଧ୍ୟା ୬ଟା ୩୦ରୁ ମହାଦୀପ ଉଠିବା ପର୍ଯ୍ୟନ୍ତ ସିଧ୍ଯା ପ୍ରସାରଣ କରାଯାଇଥିବା ନାଲକୋ ମନ୍ଦିର କମିଟି ତରଫରୁ ସୂଚନା ଦେଇଛନ୍ତି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-09-23_06-59-47-451-scaled.jpg)


