
ଜୀବନ ବୀମା ପଲିସ ର ନୂତନ ଆଇନ କୁ ବିରୋଧ
(ଜେ ବି ଏନ) ତା ୨୩/୦୩/୨୦୨୧ ରିଖ ଦିନ ଭାରତୀୟ ଜୀବନ ବୀମା ଅଭିବାର୍ତ୍ତା ମହାସଂଘ ର ସର୍ବଭାରତୀୟ ସ୍ତରରେ ବିଶ୍ରାମ ଦିବସ ପାଳନ କରାଯାଇଛି। ଭାରତୀୟ ଜୀବନ ବୀମା ର ଅଂଶଧନ ବିକ୍ରି କୁ ବିରୋଧ କରାଯାଇଛି। ବୀମା ଧାରକଙ୍କ ବୀମା ପଲିସି ରେ ବୋନସ ବୃଦ୍ଧି, ବୀମା ରାଶି ଉପରୁ ଜିଏସଟି ହଟାଇବା, ବୀମା ରୁଣ ଉପରେ ଲାଗୁଥିବ ଶୁଦ୍ଧ ହ୍ରାସ, କମିଶନ ବୃଦ୍ଧି, ସମସ୍ତ ଅଭିକର୍ତ୍ତା ଙ୍କୁ ମେଡିକ୍ଲେମ ପ୍ରଦାନ ପାଇଁ ଦାବି କରାଯାଇଥିଲା। ଏହି ବିଶ୍ରାମ ଦିବସ କୁ ସର୍ବଭାରତୀୟ ସ୍ତରରେ କର୍ମଚାରୀ ମହାସଂଘ ଏବଂ ଉନ୍ନୟନ ଅଧିକାରୀ ମହାସଂଘ ମଧ୍ୟ ସେମାନଙ୍କ ସମର୍ଥନ ଜଣାଇଥିଲେ ।ଏହି କାର୍ଯ୍ୟକ୍ରମ କୁ ଢେଙ୍କାନାଳ ଅଭିକର୍ତ୍ତା ମହାସଂଘ ସମସ୍ତ ଅଭିକର୍ତ୍ତା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ଦିବା ୯ ଘଣ୍ଟିକା ରୁ ଆରମ୍ଭ ହୋଇ ସନ୍ଧ୍ଯା ୫ ଘଣ୍ଟିକା ସମୟରେ ସମାପ୍ତ ହୋଇଥିଲା।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-09-23_06-59-47-451-scaled.jpg)


