ଗୁଡ ଫ୍ରାଇଡେ ଆମକୁ ଯୀଶୁ ଖ୍ରୀଷ୍ଟଙ୍କ ସଂଘର୍ଷ ଏବଂ ବଳିଦାନ ବିଷୟରେ ସ୍ମରଣ କରାଏ : ପ୍ରଧାନମନ୍ତ୍ରୀ

ଜେ ବି ଏନ, ୦୨/୦୪ /୨୦୨୧, ଯୀଶୁ ଖ୍ରୀଷ୍ଟଙ୍କୁ କରୁଣା ଏବଂ ଆଦର୍ଶର ଏକ ସମ୍ପୂର୍ଣ୍ଣ ଅବତାର ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
ଗୁଡ ଫ୍ରାଇଡେ ଅବସରରେ ଏକ ବାର୍ତ୍ତାରେ ଶ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି, “ଗୁଡ ଫ୍ରାଇଡେ ଆମକୁ ଯୀଶୁ ଖ୍ରୀଷ୍ଟଙ୍କ ସଂଘର୍ଷ ଏବଂ ବଳିଦାନର ଗାଥା ମନେ ପକାଇଦିଏ । ଦୟାର ଅବତାର ପ୍ରଭୁ ଯୀଶୁ ଦୀନହୀନ ଏବଂ ରୋଗୀଙ୍କ ସେବା ପାଇଁ ଉତ୍ସର୍ଗୀକୃତ ଥିଲେ” ।
https://twitter.com/narendramodi/status/1377805348715696135?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1377805348715696135%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D1709182



