
ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ।
ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କରଗୋଳା ପଞ୍ଚାୟତର ଦଣ୍ଡାଧାର ସାପ୍ତାହିକ ହାଟ ନିକଟରେ ଗୁରୁବାର ଏକ ବାଇକ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବାର ଜଣାଯାଇଛି l ମୃତକ ଜଣକ ହେଲେ କାମାକ୍ଷାନଗର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମର ଶେଷଦେବ ନାୟକ (35) l ଶେଷଦେବ ନାୟକ କୌଣସି କାର୍ଯ୍ୟରେ କାନ୍ତୋଲ ଯାଇ ଘରକୁଏକ ବାଇକ ରେ ଫେରୁଥିଲେ l ଫେରିବା ସମୟରେ ଦଣ୍ଡାଧାର ହାଟ ନିକଟରେ ଥିବା ଏକ କଲଭଟ ରେ ବାଇକ ଟି ଭାରସାମ୍ୟ ହରାଇ ଧକ୍କା ହୋଇଥିଲା l ଫଳରେ ଶେଷଦେବ ଗୁରୁତର ଭାବେ ଆହତ ହୋଇ ପଡ଼ିଥିଲେ l ଖବର ପାଇ ୧0୮ ଆମ୍ବୁଲାନ୍ସ ସେବା ଗୁରୁତର ଶେଷଦେବଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ l ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି l ଖବରପାଇ ପୁଲିସ ଜବତ ପରେ ବ୍ୟବଛେଦ ର ବ୍ୟବସ୍ଥା କରି ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଥିବାର ଜଣାଯାଇଛି l ଶେଷଦେବଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଢେଙ୍କାନାଳ ଜିଲ୍ଲା ରୁ ସୁଶାନ୍ତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-28.jpg)