ବିଦ୍ଯାଲୟ ସ୍ତରୀୟ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍ ଯାପିତ
—————————-
ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଲଖନପୁର,
ସ୍ଥାନୀୟ କମଲ ସିଂ ଦାଉ ସରକାରୀ ଉଚ୍ଚ ବିଦ୍ଯାଲୟ ଲଖନପୁର ଠାରେ ପ୍ରଧାନ ଶିକ୍ଷକ ବିଶ୍ବନାଥ ସାହୁ ଙ୍କ ସଭାପତିତ୍ୱରେ ବିଦ୍ଯାଲୟ ସ୍ତରୀୟ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ୨୦/୦୧/୨୦୨୩ ରେ ଉଦ୍ ଘାଟିତ ହୋଇ ୨୧/୦୧/୨୦୨୩ ଦିନ ଉଦ୍ ଯାପିତ ହୋଇଥିଲା। ବରିଷ୍ଠ ଓ କନିଷ୍ଠ ବିଭାଗ ବାଲକ ଓ ବାଲିକା ରେ ପ୍ରଥମ ଦିନ ୧୦୦ ମି ଦୌଡ଼, ୨୦୦ ମି, ଡିସକସ, ସଟପୁଟ, ଲମ୍ବଡିଆଁ, ଉଚ୍ଚ ଡିଆଁ ଖେଲ ଶିକ୍ଷୟତ୍ରୀ ସନ୍ତେଷିନୀ ସେଠ ଓ ରଜନୀ ଖମାରୀ ଙ୍କ ତତ୍ତ୍ବାବଧାନ େର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହଯୋଗ ରେ ହୋଇଥିଲା। ଉଭୟଦିନ ବିଗ୍ଯାନ ଶିକ୍ଷକ ମନୋହର ସାହୁ ମଞ୍ଚ ପରିଚାଲନା କରିଥିଲେ। ବିଭିନ୍ନ ଈଭେଣ୍ଟ ମେନେଜର ଭାବେ ସୁରେଶ ମହାନନ୍ଦ, ଘନଶ୍ୟାମ ପ୍ରଧାନ, ଗୁଣନିଧି ମିର୍ଧା, ନିବେଦିତା ବିଶ୍ବାଲ ପ୍ରମୁଖ ସହଯୋଗ କରିଥିଲେ। ମଞ୍ଚ ପରିଚାଲନା କରିଥିଲେ ଶିକ୍ଷକ ସୁଶାନ୍ତ ଦେହେରୀ, ସୁଜିତ ପଶାୟତ, ମନୋହର ସାହୁ। ଶିକ୍ଷକ ଜନାର୍ଦ୍ଦନ ସା, ବିଦୁଭୁଷଣ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଧନ୍ଯବାଦ ଅର୍ପଣ କରିଥିଲେ ଶିକ୍ଷକ ସୁରେଶ ମହାନନ୍ଦ।ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

September 14, 2026/
No Comments



