କଟକ-ତା୨୬.୦୧.୨୦୨୩ ରିଖ- ରାଜ୍ୟର ଏକମାତ୍ର ଅଗ୍ରଗଣ୍ୟ ଆଇନସେବୀ ସଂଗଠନ “ଲିଗାଲ ଏଡ୍ କାଉନସିଲ” ପକ୍ଷରୁ କଟକ ଦେଉଳ ସାହିସ୍ଥ ମୁଖ୍ୟ କାର୍ଯ୍ୟାଳୟରେ ୭୪ ତମ ସାଧାରଣତନ୍ତ୍ର ଦିବସ
ଓଡ଼ିଶା ହାଇକୋର୍ଟର ଆଇନଜୀବୀ ମାନଙ୍କ ଉପସ୍ଥିତିରେ ପାଳିତ ହୋଇ ଯାଇଛି। ଜାତୀୟ ସଂଗୀତ ଗାନ ଓ ଜାତୀୟ ବୀର ମହାପୁରୁଷଙ୍କ ଜ଼ୟ ଜୟକାର ଧ୍ଵନି ଓ ସ୍ଲୋଗାନ ଅବସରରେ ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ଓଡ଼ିଶା ହାଇକୋର୍ଟର ସିନିୟର୍ ଆଡଭୋକେଟ ଦୁଃଖି ଶ୍ୟାମ ଦାସ ଜାତୀୟ ପତାକା ଉତ୍ତୋଳନ କରି କହିଲେ ଯେ ଜାତୀୟ ପତାକା ଆମ ଭାରତୀୟଙ୍କ ଗର୍ବ ଓ ଗୌରବର ପ୍ରତୀକ। ଗଣତନ୍ତ୍ର ଓ ସମ୍ବିଧାନ ସୁରକ୍ଷା ଆମମାନଙ୍କ ପ୍ରଧାନ କର୍ତ୍ତବ୍ୟ। ଦେଶ ବଢ଼ିଲେ ବ୍ୟକ୍ତି ବଢିବ, ଏହି ନ୍ୟାୟରେ ସବୁ ନାଗରିକ ଦେଶ ପାଇଁ ଉତ୍ସର୍ଗିକୃତ ହେବା ବିଧେୟ। ଅନ୍ୟ ମାନଙ୍କ ମଧ୍ୟରେ ସଂପାଦକ ଦେବେନ୍ଦ୍ର ନାରାୟଣ ପଟ୍ଟନାୟକ, ସରୋଜ କୁମାର ପଟେଲ, ଚିନ୍ମୟ କୁମାର ପାତ୍ର, ସ୍ଵର୍ଣ୍ଣ ପ୍ରଭା ସାହୁ, ପ୍ରିୟଙ୍କା ସାହୁ ଓ ସାଇ ସ୍ମିତା ପ୍ରମୁଖ ଆଇନଜୀବୀ ମାନେ ଯୋଗ ଦାନ କରି ଆଇନ ସେଵା ଓ ଦେଶସେବା ଉପରେ ବିବୃତି ମାନ ରଖିଥିଲେ। ଶେଷରେ ଆଡଭୋକେଟ ସୈମୟସାରଥି ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ଯାଜପୁରରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




