କାଣ୍ଡସର ଅଞ୍ଚଳରୁ ୨୫୫ ଗ୍ରାମ୍ ର ବ୍ରାଉନସୁଗାର ଜବତ 
ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗକୁ ପୁଣି ଏକ ବଡ଼ ସଫଳତା ମିଳିଛି । ଆଜି ନାଲକୋନଗର ଥାନା ଅଞ୍ଚଳ କାଣ୍ଡସର ଠାରୁ ୨୫୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ଗିରାଙ୍ଗ ଗ୍ରାମର ସନ୍ତୋଷ ସାହୁ ( ନିଲୁ) । ନିଲୁକୁ ଅନେକ ଦିନ ହେଲା ନଜରରେ ରଖିଥିଲା ଅବକାରୀ ବିଭାଗ। ଆଜି ନିଲୁ ବ୍ରାଉନସୁଗାର ବିକ୍ରି କରିବାକୁ ଯାଉଥିବା ବେଳେ ଅବକାରୀ ବିଭାଗ ତାକୁ କାବୁ କରି ନେଇଥିଲା । ଆଉ ଜାଞ୍ଚ ବେଳେ ତା ନିକଟରୁ ୨୫୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୬ ଲକ୍ଷ ହେବ । ସୂଚନା ଅନୁସାରେ ନିଲୁ ପୂର୍ବରୁ ଏକ ଢ଼ାବା ଦେଇଥିଲା । ତେବେ କୋଭିଡ ସମୟରେ ଢ଼ାବା ବେପାରରେ ମାନ୍ଦା ଅବସ୍ଥା ଦେଖା ଦେଇଥିଲା । ସେଇ ସମୟରୁ ନିଲୁ ବ୍ରାଉନସୁଗାର ବେପାର ଆରମ୍ଭ କରିଥିବା ଜଣା ପଡ଼ିଛି ।
ଅନୁଗୋଳ ଜିଲ୍ଲାରୁ ରାଜେଶ ପାତ୍ର ଙ୍କ ରିପୋର୍ଟ୍




