ଚୌଦ୍ଵାର ପୌରପାଳିକା କାର୍ଯ୍ୟାଳୟରେ ସୂଚନା ଅଧିକାର କର୍ମୀଙ୍କୁ ମାଡ଼
ପୌରପାଳିକା କାର୍ଯ୍ୟାଳୟ ପରିସରରେ ସୂଚନା ଅଧିକାର କର୍ମୀଙ୍କୁ ମାଡ଼ ମାରିଲେ ଜଣେ କାଉନସିଲର । ଏଭଳି ଘଟଣା ଘଟିଛି ଚୌଦ୍ଵାର ପୌରପାଳିକା କାର୍ଯ୍ୟାଳୟ ପରିସରରେ । ଚୌଦ୍ଵାର ଲେବର ଟେନାମେଣ୍ଟ ରେ ରହୁଥିବା ମନୋରଞ୍ଜନ ସାହୁ କିଛି କାମ ନେଇ ପୌରପାଳିକା କାର୍ଯ୍ୟାଳୟ ଆସିଥିବା ବେଳେ ତାଙ୍କୁ ଚୌଦ୍ଵାର ପୌରପାଳିକା ୪ନଂ ୱାର୍ଡର ଅଜୟ ବେହେରା ମାଡ଼ ମାରିବା ସହିତ ଗାଳି ଗୁଲଜ କରିଥିବା ମନୋରଞ୍ଜନ କହିବା ସହିତ ଏନେଇ ପୌର ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟ ପଟେ କାଉନସିଲ ଅଜୟଙ୍କୁ ସୂଚନା ଅଧିକାର କର୍ମୀ ଗାଳି ଗୁଲଜ କରିବା ସହିତ ଜାତିଆଣ ଆକ୍ଷେପ କରିଥିବାରୁ ଠେଲାପେଲା ହୋଇଥିଲା । ଏଥିରେ କାଉନସିଲରଙ୍କ ସମ୍ମାନ ହାନି ହୋଇଥିବା ନେଇ କାଉନସିଲର ଅଜୟ ଚୌଦ୍ଵାର ଥାନା ରେ ଅଭିଯୋଗ କରିଥିବା କହିଛନ୍ତି ।
ଏନେଇ ପୌର ନିର୍ବାହୀ ଅଧିକାରୀ କିଛି ଜାଣି ନଥିବା ବେଳେ ସୂଚନା ଅଧିକାର କର୍ମୀଙ୍କ ଅଭିଯୋଗକୁ ଗ୍ରହଣ କରି ଥିବା ବେଳେ ଘଟଣାର ତଦନ୍ତ କରାଯିବ ବୋଲି ନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ର କହିଛନ୍ତି ।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୂଜ୍ ।




